Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mangalsingh Marandi

Others

3  

Mangalsingh Marandi

Others

ଯୁବତୀ

ଯୁବତୀ

1 min
160


ବର୍ଷା ବାଦଳର ଛାଇ ଛିଟା ନୁହେଁ

     ଏ ତ ସମ୍ପର୍କର ଡୋରି

ମନେ ଅଛି ଆଜି ମନେ ରଖିଥିବି

     ଜୀବ ଥିବା ଯାଏଁ ନ ଯିବି ପାସୋରି ।


କାଗଜ କଲମର କଥା ନୁହେଁ ଇଏ

      ସ୍ନେହ ମମତାର ବାକ୍ୟ

ଭଲ ପାଉଛି ଆଜି ଭଲ ପାଉଥିବି

      ଲୋକେ କରନ୍ତୁ ଯେତେ କଟାକ୍ଷ ।


ଭସା ବାଦଲରେ ଭାସି ଭାସି ଆ ତୁ

      ସମୁଦ୍ରର ଲହଡ଼ି ପରି

ଅପେକ୍ଷାରେ ଅଛି ଅତି ନିକଟରେ

      ଧରି ମୁଁ ପାଲିଙ୍କି ସବାରି ।


ସୂର୍ଯ୍ୟ ଅସ୍ତ ହେଲେ ସନ୍ଧ୍ୟା ବି ଆସିଲା

      ଶୋଇଲେଣି ପୁଷ୍କରିଣୀର କଇଁ

ଅପେକ୍ଷାରେ ଅଛି ଏ ଘର ଅଗଣାରେ 

      କେବେ ଆସିବୁ ତୁ ନଇଁ ନଇଁ। 


ମେହେନ୍ଦି ହାତରେ ତୋର କଙ୍କଣ ସଜ୍ଜା

      ଦିଶିବୁ ତୁ ସ୍ଵର୍ଗର ପରୀ

ଭାବୁ ଅଛି ମୁଁ ଭାବୁଥିବି ମୁହିଁ

      ହେବୁ ତୁ ମୋ ରାଜକୁମାରୀ ।


ରୁଣୁ ଝୁଣୁ ତୋର ପାଉଁଜି ଶବଦ

      କରିନେବ ଘର କୋଳାହଳ

ତୁମ ବ୍ୟବହାର ଓ କଥାକୁ ଦେଖି

      ସଭିଏଁ ହୋଇଯିବେ ଭାବ ବିହ୍ୱଳ।


ଅନ୍ଧାର ରାତିର ଆଲୋକ ପରୀ ତୁ

      ସ୍ୱପ୍ନ ରାଇଜର ପରୀ

ତୋ କଥା ଭାବିଲେ ପାଇବାକୁ ଚାହେଁ

      ଅତି ନିକଟରେ ହେ ମୋ ସୁକୁମାରୀ ।


ଚିତ୍ର ଓ ଚରିତ୍ରରେ ମୋ ପାଇଁ ତୁ

      ସ୍ଵର୍ଗ ରାଇଜର ଲାବଣ୍ୟବତୀ ।

ନିତି ଆମ ଚଉରାରେ ପବିତ୍ର ମନରେ

      ଜାଳିବୁ ତୁ ସଞ୍ଜବତି ।


ଖୁସିର ଲହରୀ ସୁଖର ସବାରୀ

      ଖେଳିବ ଏ ଘର ଅଗଣାରେ

କେବେ କେତେବେଳେ ଚାପି ରଖିବୁନି

     କହିବୁ ତୁ ଯାହା ଥିବ ମନରେ ।


ସୋରିଷ ଫୁଲ ସଜ୍ଜିତ ନିକଟ ବଗିଚାରେ

     ଖେଳିବା ଆମେ ଚୋରା ପିରତି

କହିବାର ଅଛି ଅନେକ କଥା ତତେ

      ଏତିକି ଲେଖି କରୁଛି ଇତି ।



Rate this content
Log in