STORYMIRROR

Mangalsingh Marandi

Inspirational

4  

Mangalsingh Marandi

Inspirational

କରୁଣା ନିଧି

କରୁଣା ନିଧି

1 min
304

ଶ୍ରୀ ଚରଣ ପ୍ରଭୁ ତୁମ କେବେ ଦେଖିନି 

ପୁରୀକୁ କେବେ ମୋର ଡୋରି ଲାଗିନି ।


ବାଇଶି ପାହାଚ ଅତିକ୍ରମ କରି ସାରି

ଦେଖାଇବ କେବେ ହେ ଭବୁପାରି।


ଏ କୋଟି ସମୁଦ୍ରର ମୁଁ ତ ଗୋଟେ ବିନ୍ଦୁ

ତୁମେ ତ ଏକ ନୁହଁ ହେ କୃପା ସିନ୍ଧୁ ।


କରି ଦିଅନ୍ତ କେବେ ସେହି ଯାଦୁ

ଭାବି ନେ଼ଇ ତୁମ ସୁଦାମ ବନ୍ଧୁ।


ତୁମ ତାଣ୍ଡର ନାମ ବଡ଼ ତାଣ୍ଡ

ସୁଯୋଗ ଦିଅ ହେବା ପାଇଁ ରୁଣ୍ଡ ।


ପାପିର ପୁଙ୍କାର ଶୁଣ ହେ ଏଥର

ହେ ରକ୍ଷା କାରୀ କରୁଣା ଇଶ୍ଵର ।


ସଭିଙ୍କ ପରି ମୁଁ ତୁମ ପାଖେ ରୁଣୀ

ହେଇତ ପାରିବିନି ମୁଁ କୁଦ ରଙ୍କୁଣି ।


ନିଶ୍ଚୟ ଏଥର ରଥ ଯାତରେ

ଡୋରି ବନ୍ଧା ଲଗାଇବ ହେ ମିତ ।


Rate this content
Log in

Similar oriya poem from Inspirational