STORYMIRROR

Mangalsingh Marandi

Inspirational

4  

Mangalsingh Marandi

Inspirational

ମା

ମା

1 min
650

ମାଆ ବୋଲି ଯେଉଁ ଦୁଇଟି ଅକ୍ଷର

                    ସ୍ନେହ ତାର ବୁକୁଝର

ତାଙ୍କ କଥା ଯେବେ ମନେ ପଡ଼େ 

               ପାଠ ପଢେ ମୁଁ ନିରନ୍ତର ।


ମୋ ପାଇଁ ସେ ଏକ ଅନନ୍ତ ଈଶ୍ୱର 

                  ଜଳୁଥିବା ସଞ୍ଜବତୀ

ସେ ଥିଲେ ପାଖରେ ଜଣା ପଡ଼େ ନାହିଁ

               ସଞ୍ଜ କି ସକାଳ ଦିବା କି ରାତି।


ସାଇତିଛି କେତେ ମାଆର ସ୍ନେହ ମୁଁ 

                  ବୁକୁ ତଳେ ଜାବୁଡ଼ି

ମନେ ଅଛି ଆଜି ସେ ଦିନର କଥା

                କିଣି ଦେଇଥିଲେ ଚକ୍ ଖଡ଼ି ।


ଭୁଲି ଯିବି ନାହିଁ ଛାଡ଼ି ଯିବି ନାହିଁ

                ତାଙ୍କରି ସେହି ସ୍ନେହ 

ସହି ଯାଇ ସେ ଆଦରି ନେଇଛନ୍ତି 

                 ମନରେ ନ ରଖି କୋହ ।


କଥାରେ ତାଙ୍କର ଅନେକ ଯେ

                 ଭୁଲି ଯାଏ ମୁଁ ରାଗ ଋଷା 

ମାଆ ପାଇଁ ନିଶ୍ଚେ କିଛି କରିବି 

                ରଖିଛି ମୁଁ କେତେ ଆଶା ।


ଯେତେ ଦୂର ଥିଲେ ମନେ ପଡ଼େ ମୋର

                     ପୁରୁଣା ଦିନର କଥା 

କହିବା ଆଗରୁ ଲେଖି ଦେଇଛି ମୁଁ

                 ତାଙ୍କରି ଅନେକ ଗାଥା ।


କେମିତି ପ୍ରକାଶିବୀ ସେ ଭାବନାକୁ 

                 ପଥ ମୋ ଦିଶଇ ନାହିଁ

ଖାଇବା ନଥିଲେ ଖୁଆଇ ଦିଅନ୍ତି ସେ 

                   ନିଜେ ଉପାସରେ ରହି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational