STORYMIRROR

Mangalsingh Marandi

Others

3  

Mangalsingh Marandi

Others

ଶୁଣ ସଭିଏଁ

ଶୁଣ ସଭିଏଁ

1 min
198

ଭଜିବୁ ଯେବେ ହରି ହରି ହେବୁ ତୁ ଭବୁ ପାରି

ଆହେ କଳି ନର ନାରୀ ଶୁଣ ହେ ଏହି ଗୁହାରୀ ।


ପାଷାଣ ଖଣ୍ତ ମାତ୍ର ଏହି ଧାରଣ ତୋର କ୍ଷେତ୍ର

 ଯେସନ ବୃକ୍ଷର ପତ୍ର ବୁଜି ହୋଇ ଯିବ ନେତ୍ର।।


ଅକାଳ ବୃଦ୍ଧ ବନିତା ଅବା ସେ ଯେଡେ ନେତା

ମାନିବ ନାହିଁ କା କଥା ଜାଣି ନିଅ ହେ ଏ ଗାଥା।


ସେ ଆମ ପ୍ରାଣ ଦାତ୍ତା ସେ ଅଟେ ଆମ ସୃଷ୍ଟି କର୍ତ୍ତା

ଏହି କେତୋଟି କଥା ହେବ ନାହିଁ କେବେ ବୃଥା ।।


ସାଗରେ ମିଶିବ ତରଙ୍ଗ ବଦଳି ଯିବ ତା ରଙ୍ଗ

ହେବେ ସଭିଏଁ ଉମଙ୍ଗ ହାହାକାର ପ୍ରତି ବିହଙ୍ଗ ।


କୃପାର କରୁଣା ସିନ୍ଧୁ ରଖିବ ସେ ପ୍ରାଣ ବିନ୍ଦୁ

କାହିଁକି କାହାକୁ ବା ନିନ୍ଦୁ ଆହେ ଅଭୁଲା ଶୁଭେନ୍ଦୁ ।।


କର୍ମମୟ ପ୍ରତ୍ୟ ଜୀବନ କରି ଚାଲରେ ନିମିଷ ଦାନ

ଶୁଦ୍ଧି ରହିବ ଜାଣ ମନ କରିଲେ ନିତ୍ୟ ଦିନ ଧ୍ୟାନ ।


ଦୟାର ପାତ୍ର ହେବ ସେହି ରାଗ ରୁଷା କରିବନି ଜେହି

ବାଛ ବିଚାର କରିବନି କେହି ପୂଜିବ ସଭି ଭାବମୂର୍ତ୍ତି ରହି ।।


ପ୍ରତିଟି ଘଡିର ମୁହୂର୍ତ୍ତ ହେଇ ଚାଲିଛି ଏଠି ନୃତ୍ୟ

ରହିବନି ଆଉ ସେ ମିତ ଅବା ସେ ଆପଣାର ସଙ୍ଗାତ।


ଭାବ ପ୍ରାଙ୍ଗଣର ବିଚାରକ ସେ ଅଟେ ସୃଷ୍ଟିର ରକ୍ଷକ

ଧୂଳିରେ ମିଶିବେ ସବୁଯାକ ଯେତେ ସବୁ ଅଛନ୍ତି ଭକ୍ଷକ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍