STORYMIRROR

Satyabati Swain

Inspirational

4  

Satyabati Swain

Inspirational

ସ୍ମୃତି ଅନୁଭୁତି

ସ୍ମୃତି ଅନୁଭୁତି

1 min
414

ସ୍ମୃତି ଅନୁଭୂତି


ସ୍ମୃତି ଅନୁଭୂତି

ମିଠା ମିଠା ଯନ୍ତ୍ରଣା ଝରଣା

ଚୁନା ଚୁନା ସ୍ମରଣ ମହୋଦଧିର

ଆଲୋଡନ ଜୁଆର

ମୁଠାଏ ମଲ୍ଲୀଫୁଲିଆ ହସ

ଫର୍ଦେ ମାଟିଆ ସାଧା କାଗଜ

ଲେଖା ଡାଇରୀ ଭିତରେ ସାଇତା ଶୁଖିଲା ଗୋଲାପ

ଯାହା ଆକ୍ତା ମାକ୍ତା 

କୁହୁଳାଇ ମାରେ ବି 

ନିରଵତାରେ ବହୁତ କିଛି କହି।


ସ୍ମୃତି ଅନୁଭୂତି

ଭାଵ ବିହ୍ଵଳ 

ଲୁଚେଇ ଲୁଚେଇ

ପଢିବାକୁ ଉସ୍କାଉଥିବା

କୈଶୋର ଶେଷ

ଆଦ୍ୟ ଯୌବନର ବୟସ ଉପନ୍ୟାସ।


ସ୍ମୃତି ଅନୁଭୂତି

ମନୋଜ୍ଞ ପ୍ରବନ୍ଧଟିଏ

ସବୁରି ହୁଦୟେ ରାଜ କରୁଥିବା

କାଳଜୟୀ ଗୀତିକବିତାର

ଗୁଣ୍ ଗୁଣଉଁଥିବା ସହ

ମୂର୍କି ମୂର୍କି ହସୁଥିବା ପଂକ୍ତି ପଦେ।।


ବେଳେବେଳେ ଲାଗୁ ତୁ

ଯାଦୁର ମେଞ୍ଚେ ସମ୍ମୋହନ 

ଅନୁଢା ଅପ୍ରକାଶ୍ୟ ସ୍ବପ୍ନର ହଳେ ପାଦ

ଫଗୁଣ ମେଳଣ ପଡ଼ିଆର ଲାଜୁଆ ହସ

ପିଚକାରୀର ରଙ୍ଗ ପାଣିର ମହୁଲି ନିଶା

ଅନ୍ତରଙ୍ଗତାର କୋମଳ ମହ୍ଲାର

ଆତ୍ମୀୟତାର ଫେଭିକୁଇକି

ଇପ୍ସିତ ବସନ୍ତ ମହୋତ୍ସବର

ତନ୍ମୟତା।।


ମୋ ହୃଦୟେ 

ଆଖିରେ

ମସ୍ତିଷ୍କ ରେ

ଜୀବନରେ

ତୋ ଉପସ୍ଥିତି

ଠିକ୍ ସେତିକି

ହୃଦୟ ଠାରୁ ସ୍ପନ୍ଦନ ଦୁରତ୍ୱ ଯେତିକି

ତୁ ମୋ ପ୍ରେମ

ମୁଁ ତୋ ପ୍ରେମିକା

ତୋର ମୋର ଅତୁଟ ବନ୍ଧନ

ମୋ ସହ ମଶାଣୀ ଯିବାର ପ୍ରିୟତମ ବନ୍ଧୁ

ତୁ ମୋର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational