STORYMIRROR

Kalandi pal

Inspirational

4  

Kalandi pal

Inspirational

ନାସ୍ତିକ

ନାସ୍ତିକ

1 min
524


ଆସ୍ତିକ ନାସ୍ତିକ ଦୁଇଗୋଟି ପଥ

    ମାନବ ଜୀବନେ ଆସେ.

ଦୟା, କ୍ଷମା, ପର ଦୁଃଖେ ଦୁଃଖୀ ହେଲେ

    ଆସ୍ତିକ ମଳୟ ବାସେ. ll


ପରଦୁଃଖ ଦେଖି ଦୟା ନାହିଁ ଯାର

    ନାସ୍ତିକଟି ଅଟେ ସିଏ.

ଅପନିନ୍ଦା ପ୍ରତି ସ୍ତରେ ସ୍ତରେ ପାଏ

    ନରକ ଗାମୀ ସେ ହୁଏ. ll


ନିଷ୍ପାପ ହୃଦୟ ଶିଶୁ ପ୍ରତି ଯିଏ

    କଠୋରତା ଆଚରଣ.

ପିତାମାତାଙ୍କର ସେବା ପରିବର୍ତ୍ତେ

    ଦିଏ ଯେ ତାଙ୍କୁ କଷଣ. ll


ନଥାଏ ଯାହାଠି ଦୟା କ୍ଷମା ଭାବ

    ଶାନ୍ତଶିଷ୍ଟ ସରଳତା.

ବଡ଼ସାନ କିଛି ମାନେ ନାହିଁ ଯିଏ

    ନିଜ ସ୍ୱାର୍ଥ କରେ ଚିନ୍ତା. ll


ପରର ଆଖିରୁ ଅଶ୍ରୁ ନିଗିଡାଇ

   ନିଜେ ପାଏ ଯେ ଆନନ୍ଦ.

ସମାଜ ଗଣଇ ନାସ୍ତିକ ତାହାକୁ

   ପାଏ ବହୁ ପରମାଦ. ll


ଶିଶୁ ହତ୍ୟା ଅବା ଶିଶୁ ବଳାକ୍ତାର

   ନାରୀ ବଳାତ୍କାର କରେ.

ନାସ୍ତିକ ଠାରୁ ସେ ଅତି ହୀନ ହୁଏ

   ଚଣ୍ଡାଳ ସହିତ ତୁଲେ. ll


ମାନେ ନାହିଁ ଯିଏ ନିତି ପରମ୍ପରା

    ସବୁ କରେ ହେୟ ଜ୍ଞାନ.

ଲୋଭେ ବଶବର୍ତ୍ତୀ ହୋଇ ଯେଉଁ ନର

    କୁ କର୍ମରେ ଦିଏ ମନ. ll


ସମାଜରେ ଭୟ ବିଭିଷିକା ଭରେ

    ଅସ୍ତ୍ରରେ ଜବାବ ଦିଏ.

ଅସହାୟ ଅବା ସ୍ୱାସ୍ଥ୍ୟ ବିକଳାଙ୍ଗେ

    ବୃଦ୍ଧାଙ୍କୁ ସହାୟ ନୋହେ. ll


ଧନ, ସମ୍ପତ୍ତିରେ, ପଦ, ପଦବୀରେ

    ଅବା ଶାରୀରିକ ବଳେ.

ଅହଂ ଭାବେ ଯିଏ ମଜ୍ଜିରହେ ସଦା

    ନାସ୍ତିକଠୁ ବଳି ପଡେ. ll


କ୍ଷଣିକ ଜୀବନ ହାଟ ସଉଦାରେ

    କିଣିବା ଆସ୍ତିକ ଦ୍ରବ୍ୟ.

ଦୟା, କ୍ଷମା, ସତ୍ୟ, ବିଭୂପଦେ ଲୟ

    ସୁଖ ହୁଏ ଭାବିତବ୍ୟ. ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational