STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ବିଚ୍ଛିନ୍ନାଞ୍ଚଳେ ଭାଷାର ସ୍ଵର

ବିଚ୍ଛିନ୍ନାଞ୍ଚଳେ ଭାଷାର ସ୍ଵର

1 min
512


ଳଓଡ଼ିଶାର କିଛି ଅବିଚ୍ଛେଦ୍ୟ ଅଙ୍ଗ ଆନ୍ଧ୍ର ଆଉ ଝାଡଖଣ୍ଡେ

 ରହିଗଲା ତାକୁ ବିଚ୍ଛିନ୍ନ-ଅଞ୍ଚଳ ମାଆ ଆଜି ତାକୁ ଖୋଜେ

ଅନେକ ଓଡ଼ିଆ ବସବାସ କରି ରହିନ୍ତି ସେଠାରେ ଆଜି

ଦିନ କାଟୁଛନ୍ତି ବିରସ ମନରେ ମନୋବଳ ଯାଏ ଭାଙ୍ଗି ।


ପୋଷ୍ୟପୁତ୍ର ପ୍ରାୟ ବିମାତା ତାଡନା ଭୋଗନ୍ତି ସେମାନେ ସେଠି

ରାଜନୀତି ପଶା ପାଲିରେ ତାଙ୍କର ଜୀବନ ଲାଗିଛି ବାଜି

ଓଡ଼ିଆ କି ତେଲଗୁ, ହିନ୍ଦି କହିବେ ପଢ଼ିବେ ସେ କେଉଁ ଭାଷା

ଚିନ୍ତା ଚେତନାର ଆକାଶେ ସୂର୍ଯ୍ୟ ଅସ୍ତମିତ କାହିଁ ଉଷା ।


କାଳରାତ୍ରି ଏଠି “ଅସ୍ତ ସୂର୍ଯ୍ୟ” କାହିଁ ପ୍ରଭାତ ସେ କେତେ ଦୂର

ଅନ୍ଧ ସମାନ ସେ ବଞ୍ଚିବା ମରିବା ହୋଇଅଛି ଏକାକାର

ଭାଷା ପାଇଁ ସ୍ଵର ଉତ୍ତୋଳିତେ ସତେ କେତେ ଅସହାୟ ହାୟ

ଚଉଦିଗ ଖାଲି ଅନ୍ଧାର ଅନ୍ଧାର ଅନ୍ଧାରେ କଟେ ସମୟ ।


ଏ ଦୁଇ ରାଜ୍ୟ ର ଆଇନ କାନୁନ ଚକିରେ ହୁଅନ୍ତି ପେଶି

ଭାଷା ପାଇଁ ସତେ ଏତେ ହୀନିମାନ ଗୋଡ ଯାଉଅଛି ଖସି

ଅସହାୟ ରୂପେ ବଞ୍ଚିଛି ଜୀବନ ଦୁଇ ନାବେ ଗୋଡ଼ ଦେଇ

“ଅକଳେ” ଅକାଳେ ଜୀବନ ବିତଇ କିଛି ବୁଦ୍ଧି ଦିଶୁନାହିଁ ।


ପାଠଶାଳା ନାହିଁ ପୁସ୍ତକ, ଶିକ୍ଷକ ଓଡ଼ିଆ ହୁଅନ୍ତି ଘାଣ୍ଟି

ପାଠ୍ୟ କ୍ରମ, “ନାହିଁ” “ଶିକ୍ଷାର ଖସଡା” ପ୍ରଣୟନ ହୁଏ ନୀତି

କେବେ ଠାରୁ ବେଳ ବୁଡ଼ି ତ ଗଲାଣି ଅପେକ୍ଷା ଉଷା ଆଗମେ

ଆସ ଉଷା ଦେବୀ ଆସ କ୍ଷଣେ ଆସ ପ୍ରସାରି ଯାଅ ୟେ ଭୂମେ ।

 

ସତେକି ଉଇଁବ ବିଛିନ୍ନା-ଅଞ୍ଚଳ ଦିଗ୍-ବଧୂ ଭାଲେ ରବି

ଓଡ଼ିଆ ଭାଷାର ଉଜ୍ଜ୍ୱଳ ରଶ୍ମୀ ରେ ହସି ଉଠିବ ୟେ ଉର୍ବୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational