STORYMIRROR

Panchanan Jena

Inspirational

3  

Panchanan Jena

Inspirational

ନୈସର୍ଗିକ କମ୍ୱଳ

ନୈସର୍ଗିକ କମ୍ୱଳ

1 min
181

ସେ ମହିଳା ମହିୟସୀ

ସେ ସ୍ୱର୍ଗାଦପି ଗରିୟସୀ

ନା ମିଛ ଦେବୀ ଠାକୁରାଣୀ କୀରିଟ ଧାରିଣୀ

ଦାସୀ ମାଲୁଣି ଚାକରାଣୀ 

ମାଲିକାଣୀ ପାଟରାଣୀ ଚୌଧୁରାଣୀ

ମହାପାଟଦେଇ ମା' ସାଆନ୍ତାଣୀ

ଷୋଡ଼ଶୀ ବୟସୀ ଚାରୁହାସୀ ।


ସେ ବନ୍ଦନୀୟା ପୂଜନୀୟା

ସେ ମାନନୀୟା ସମ୍ମାନନୀୟା

ନା ଶୋଷ ମେଣ୍ଟେଇବାକୁ ମିଠା ପାନୀୟ

ନା ଚାବିଦିଆ କଣ୍ଢେଇ ସ୍ଥାନୀୟା

ନା ମୁଣ୍ଡ କୁଣ୍ଢେଇବା ସୁନା ପାନିଆ ।


ସେ ନାରୀ ନିରେଖି ଦେଖିଲେ କସ୍ତୁରି

ସେ ନର ନାରାୟଣ ସାଥିରେ 

ସତୀ ସ୍ଵାଧୀ ସୁହାଗିନୀ ଭାରିଜା ପରି

ନା ଵଜାରେ କିଣାବିକା ଦ୍ରବ୍ୟ ମାଧୁରୀ

ନା ଦେହ ଦେହଳୀରେ ଭୋଗ୍ୟ ସାମଗ୍ରୀ ।


ସେ ମାନବୀ ନା ଦାନବୀ

ସେ କୁହୁକିନୀ ନା ମାୟାବିନୀ

ସେ କଳାନାଗୁଣୀ ନା ଡ଼ାହାଣୀ

ସେ ମହିଷାମର୍ଦ୍ଦିନୀ ନା ପିଶାଚିନୀ

ସେ କାନ୍ତା ଶାନ୍ତା ସୌରୀନ୍ଦ୍ରୀ

 ନା ଅନେକ ଅକୁହା କାହାଣୀର ପ୍ରସ୍ତାବିନୀ

ସେ ମାତା ବିମାତା ନା ବଂଶନାଶିନୀ

ସେ ସୁଗୃହୀଣୀ ନା ସଂହାରିଣୀ

ନା ଯୌତୁକ ଯୁଇରେ ନିତି ମରୁଥିବା

ବେବିନା ରୁବିନା ବର୍ଷା ପ୍ରୀୟଦର୍ଶିନୀ ।


ବୁଝିବାକୁ ସେହି ବିବିଧ ରୂପର ଭୂମିକା

ଭଗିନୀ ଭାରିଜା ପ୍ରେମିକା

ଭାଭଜ ମାଉସୀ ମା' ଜେଜେମା ହେରିକା

ମୁଣ୍ଡ ନଇଁଯାଏ ଆପେ ଆପେ

ଶ୍ରଦ୍ଧାରେ ଭକ୍ତିରେ ସ୍ନେହରେ ଶକ୍ତିରେ

ମାତୃସ୍ଥାନୀୟା ସେ ଯୁଗେ ଯୁଗେ ମଣିକର୍ଣ୍ଣିକା ।


ଚିନ୍ତାରେ ମୃଦୁ ଭୂମିକମ୍ପର ଶୁଭେ ତାଣ୍ଡବ

ବନ୍ଧ୍ୟା ବେଶ୍ୟା କୁଳଟା ଚରିତ୍ରହୀନା

ଅଲକ୍ଷଣୀ କୂଲକ୍ଷଣୀ ବଜାରୀ ମାଇକିନା

ବାରନାରୀ ଦେହ ବେପାରୀ 

ସବୁରି ମାଇପ ଘଇତାକରି

କାନରେ ପଡିଲେ ଜଳିଯାଏ

ଘୃଣା ଅସୂୟାର ମୃଦୁ ଖାଣ୍ଡବ ।


ଛୁଆ ଛାଡି ପ୍ରେମୀକ ସହିତ ଫେରାର୍

ବିବାହ ମଣ୍ଡପରୁ ଫୁର୍

ଶାଶୁ ନଣନ୍ଦର ଗଞ୍ଜଣା ସହି ନ ପାରି

ବେକରେ ଦଉଡି ଦେଲା ନୂଆ ବୋହୁ

ବୃଦ୍ଧାଶ୍ରମେ ପଠାଏ ଶାଶୁ ଶଶୁର

କଳି କଜିଆରେ ଗାଳି ବର୍ଷଣରେ

ଟପିଯାଏ ଏ କେ ଫର୍ଟିସେଭେନ୍ ସ୍ତର

ରାଣ୍ଡି ହୁଣ୍ଡି ଉଦଣ୍ଡି ରଣଚଣ୍ଡୀ

ନଗରବଧୂ କୁଳଟା ଉଗ୍ରଚଣ୍ଡୀ

ଖରାପ ଲାଗେ ଦୁଃଖ ହୁଏ ନିଶ୍ଚୟ

କେବେ ପରିବର୍ତ୍ତନ ହେବ ବିସ୍ମୟ ।


ହେ ଭଗବାନ !

ଶକ୍ତି ଦେ ମୁକ୍ତି ଦେ ମାନବ ଜାତିର ସମ୍ବଳ

ନାରୀ ହିଁ ମମତାମୟୀ ମା' ରହୁ

ନାରୀ ହିଁ ଭୋଜନଦାୟୀ ସାହା ରହୁ

ନାରୀ ହିଁ ଧନ୍ୟା ମାନ୍ୟା ଅନନ୍ୟା ଅନ୍ନପୂର୍ଣ୍ଣା ରହୁ

ଶାନ୍ତି ପ୍ରୀତି ପ୍ରଗତିର ନୈସର୍ଗିକ କମ୍ବଳ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational