STORYMIRROR

Gelamani Pradhan

Inspirational

3  

Gelamani Pradhan

Inspirational

ନିଜ ଉପରେ ରାଗିଛି

ନିଜ ଉପରେ ରାଗିଛି

1 min
131

ତୁମେ ଆସିବା ପରେ

ମୁଁ ବଦଳି ଗଲି

କିନ୍ତୁ ମାନୁ ନଥିଲି 

ନିଜର ମନର ଭାବକୁ 

ମୁଁ ଅଭାବ ବୋଲି ଭାବୁଥିଲି।


ହଜାର ସ୍ୱପ୍ନ ନୁହେଁ ତୁମେ

ମତେ ଭଲପାଉଥିବା ମଣିଷ ତୁମେ

ମତେ ନିଜର କରିବାକୁ କଳ୍ପନା କରୁଥିବା 

ମୋ ହୃଦୟ ତୁମେ।


ଜାଣିନି କାହିଁ ମତେ ନିଜର କଲ

ଜାଣିନି କାହିଁ ମୁଁ

ତୁମକୁ ଘୃଣା କଲି

ସମସ୍ୟାର ସମାଧାନ ତୁମେ ମୋର

ଜୀବନର ସତ୍ୟ ତୁମେ ମୋର।


ତୁମ ବିନା ବଞ୍ଚିବା ଅଭ୍ୟାସ କରିନି

ତୁମ ବିନା ହସିବା ହସ ମୁଁ ଶିଖିନି

ଅନ୍ଧୁଣୀ ହୋଇଗଲି 

ତୁମକୁ ଚିହ୍ନିବାରେ 

ବାଟବଣା ହୋଇଗଲି 

ତୁମକୁ ଖୋଜିବାରେ।


କଷ୍ଟ ତ ଅନେକ ଦେଉଛ

ଦୁଃଖ ତ ମୋ ପାଇଁ ସହୁଛ

କିନ୍ତୁ ମତେ ଆପଣାର କରୁନ

କି ମୋ ପାଖକୁ ଫେରୁନ।


କାହିଁ କେତେ ଦିନୁ ଚାହିଁଛି 

ଏ ଆଖି ତୁମକୁ ଦେଖିବାକୁ

କାହିଁ କେତେ ଦିନୁ ନୀରବ ରହିଛି

ଏ ମନ ତୁମକୁ ସବୁ କହିବାକୁ

ଆଉ ସହିବାର ଧୈର୍ଯ୍ୟ ନାହିଁ

ଆଉ କାନ୍ଦିବାର ସମୟ ବି ନାହିଁ।


ସମୟ କେବଳ ଅଛି

ତୁମକୁ ନିଜର କରିବାର

ସମୟ କେବଳ ଅଛି

ତୁମକୁ ସାରା ଜୀବନ ପାଇଁ 

ସ୍ୱାମୀର ଅଧିକାର ଦେବାର

ସମୟ କେବଳ ଅଛି

ତୁମ ସହ ଟିକେ ଝଗଡ଼ା କରିବାର

ସମୟ କେବଳ ଅଛି

ତୁମ ସହ ସମୟ କାଟିବାର 

ମୋ ଭାଗରେ ଯାହା ଅଛି 

ତୁମ ପାଖେ ମତେ ଦେଇପାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational