STORYMIRROR

Gelamani Pradhan

Tragedy Others

3  

Gelamani Pradhan

Tragedy Others

ମୋ କଷ୍ଟ

ମୋ କଷ୍ଟ

1 min
219

ତୁମେ କହିଲ

ମୁଁ ଚାଲିଗଲି

କାହିଁ କେତେବେଳେ 

ମତେ ରହିବାକୁ କହିଲ


ତୁମେ ହସିଲ 

ମୁଁ କାନ୍ଦିଲି

କାହିଁ କେତେବେଳେ

ମତେ କାନ୍ଦିବାର କାରଣଟା ପଚାରିଲ


କେବେ ତ ମନର କଷ୍ଟ କୁ ବୁଝିଲନି

କେବେ ତ ମତେ ଦେଖି 

ମୋ ପାଖକୁ ଆସିଲନି

କେବେ ତ ମୋ ବିନା

ଏକା ରହିଲନି

ସର୍ବଦା ତମ ପାଖେ ରଖି

ମତେ ପ୍ରଶ୍ନ ଚିହ୍ନ କରି ଦେଉଛ


ଏ ଜୀବନ ମୋର ହିଁ ନୁହେଁ

କାହିଁକିନା ମତେ ବୋଧେ

ତମେ କିଣିଛ

ସେଇଥି ପାଇଁ ତ

ସବୁବେଳେ ଯାହା ଇଛା ତାହା କରି ଚାଲିଛ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy