STORYMIRROR

Gelamani Pradhan

Others

4  

Gelamani Pradhan

Others

ତୁମେ ଜାଣିନ

ତୁମେ ଜାଣିନ

1 min
155

ତୁମେ ଲୁଚିଲୁଚି କାନ୍ଦୁଛ

ମତେ ନ କହି

ତୁମେ ମନ କଷ୍ଟ କରୁଛ

ମୋ ଅଭାବ ପାଇଁ....


ତୁମେ ଭିତରେ ଜଳୁଛ

କିନ୍ତୁ ମତେ ଦେଖି

ହସକୁ ଟାଣି ଆଣୁଛ

ତୁମେ ପାଉଛ ଭଲ

ହେଲେ ମତେ କହି ପାରୁନ

କି କାହାକୁ ମୋ ସହ ଦେଖି 

ତୁମେ ସହି ପାରୁନ....


ସବୁ ଜାଣେ ମୁଁ

ତୁମେ ଭୁଲିବାକୁ ଚେଷ୍ଟା ବି କରୁଛ

ହେଲେ ମତେ ଭୁଲି ପାରୁନ

ତୁମେ ତ ନିଜକୁ ହିଁ ଭୁଲି ଯାଇଛ

ସେଇଥି ପାଇଁ ତ

ମୋ କଥା ଆଗ ଭଳି ଶୁଣୁନ....


ଏ ଅଭିମାନ କାହିଁ କରୁଛ

ମତେ ନ କହି

ମୋ ପାଇଁ ହିଁ ଋଷି ବସୁଛ

ମୋ ଆଗେ ଅଳି ନ କରି

ଏ ସମୟକୁ କାହିଁ ଏକା ରହି କାଟୁଛ

ମତେ ନ ଡ଼ାକି

ତୁମେ ଅଜାଣତରେ ହିଁ 

ମତେ କଷ୍ଟ ଦେଉଛ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍