STORYMIRROR

Gelamani Pradhan

Others

4  

Gelamani Pradhan

Others

ବାପା

ବାପା

1 min
207

ଅଳି ଅଝଟ ସବୁ ସହିଲ

କାନ୍ଦିଲେ ଲୁହକୁ

ମୋର ଫୋଛିଦେଲ

ଥରେ ବି କହିଲନି ବାପା ଚାଲିଗଲ

ମତେ କେମିତି ପାସୁରିଲ

ମତେ ନ ଡ଼ାକି କୁଆଡେ ହଜିଗଲ,

ଘରେ ବହୁତ ଜାଗା ଅଛି ବାପା 

ଶ୍ମଶାନ ଘାଟକୁ ନିଜର କଲ

କି ଦିନ ବିତିବ ତୁମ ବିନା

କି ରାତି କଟିବ ତୁମ ବିନା

ନିଜର ହୋଇ ପର କରିଦେଲ ।

ଥଣ୍ଡା ଲାଗିବ ବାପା

ମୋର ଫେରିଆସ

ନିଦ ତମକୁ ହେବନି ବାପା

କଥା ମୋର ଶୁଣ

ପଦେ କି ଦୁଇ ପଦ କଥାରେ

ଝଗଡା ହୋଇନି

ବାପା ନିଦରୁ ଉଠ

ଏବେ ତୋ ସବୁକଥା ଟିକେଟିକେ

ବୁଝିବାକୁ ଲାଗିଲି

ଏବେ ତୋ ତମକୁ ଆଖି ପୁରାଇ ଦେଖୁଥିଲି

ଆଉ ଏବେଏବେ ତମକୁ କିଛି

କହିବାକୁ ଭାବୁଥିଲି

ଭାବକୁ ମୋର ଅଭାବ କରିଦେଲ

ସବୁବେଳେକ ପାଇଁ

ମତେ ଏକା କରିଦେଲ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍