STORYMIRROR

Gelamani Pradhan

Others

3  

Gelamani Pradhan

Others

ବୋଧେ

ବୋଧେ

1 min
211

ହଜାର ରଙ୍ଗର ପ୍ରେମ ତୁମେ

ମତେ ଛୁଇଁ ଯାଇଥିବା ଋତୁ ପ୍ରିୟା ତୁମେ

ଆକାଶରେ ଥିବା ଇନ୍ଦ୍ରଧନୁ ତୁମେ

ମତେ ଭିଜଉଥିବା ବର୍ଷା ରାଣୀ ତୁମେ

ଅଧା ନିଦ୍ରା ଭାଙ୍ଗି ଦେଉଥିବା ସ୍ବପ୍ନ ତୁମେ

ବୋଧେ ସତ ନୁହେଁ 

ମୋ ମନର କାହାଣୀ ହିଁ ତୁମେ


ଯେବେଠୁ ଦେଖା ଆମର

ସେବେଠୁ କଷ୍ଟ ମୋର

ଅନେକ କଥା ଭାବି ତମର

ଭାବନାରେ ହେଉଛି ଅଧିର

ଥରେ ଆସି କହିଦିଅ ସାଥି

ମୁଁ ତୁମ ଜୀବନର କେବଳ ସମୟ 

ଚାଲି ଯିବି ଧାଇଁ...

  

ପାଖେ ଅଛ, ପାଖେ ନାହଁ

ଖୋଜିଲେ ପାଉଛି ତୁମକୁ

ଡାକିଲେ ଆସୁଛ ପାଖକୁ

ଛୁଇଁଲେ ଧାଇଁଛ ଦୂରକୁ

କିଛି କହିଲେ ଶୁଣୁନ

ଥରେ କହିଦିଅ ସାଥି

ମୁଁ ତୁମ ଜୀବନେ ଅତୀତର ଦର୍ପଣ

ମତେ ନ ଦେଖି କରିଦିଅ 

ତୁମ କର୍ତ୍ତବ୍ୟ....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍