STORYMIRROR

Gelamani Pradhan

Others

3  

Gelamani Pradhan

Others

ଆଶ୍ରୟ ନୁହେଁ ମୋ ପାଇଁ

ଆଶ୍ରୟ ନୁହେଁ ମୋ ପାଇଁ

1 min
252

ଝଟକୁଛି ଆଜି ମଥାରେ ସିନ୍ଦୂର

କାହାକୁ କହିବି ଦୁଃଖ

ସମସ୍ତେ କରୁଛନ୍ତି...

ମତେ ଏବେ ପର...

ଆସିବନି ଜମା ସୁଖ


ସମୟ ବିତୁଛି, ଦିନତକ କଟୁଛି

ଝରୁଛି ଆଖରୁ ଲୁହ

ଜୀବନ ସରୁନି କି ବେଳ ବୁଡୁନି

ବନ୍ଧନେ ରଖିଛି ମୋହ


ଧକ୍କାଦେଲେ ଯାହା ହାତ ଧରିଲି ମୁଁ...

ଅଧୂରା ବିରକ୍ତ ମନ

ଅଦିନିଆ ମେଘେ ଏକୁଟିଆ ହିଁ ମୁଁ...

ନିରବ ମୋ ସପନ


ବିରହ ନିଆଁରେ ଜଳୁଛି ହୃଦୟ

ମୃତ୍ୟୁକୁ ଭରଷା କରେ 

ମଶାଣି ବି ଦେବ ନାହିଁ...

ମତେ ଆଶ୍ରୟ..

ଅଛି ବୋଲି ଜୀବନରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍