STORYMIRROR

Gelamani Pradhan

Others

3  

Gelamani Pradhan

Others

ହୀନରେ ଗଲା ଦିନ

ହୀନରେ ଗଲା ଦିନ

1 min
243

ମୋ ଜୀବନେ ପାଉଛି ଧକ୍କା

ଭରନ୍ତି ଆଖିରେ ଲୁହଟୋପା

ବିଶ୍ୱାସ କରି ଆଜି କାନ୍ଦୁଛି

ପରକୁ ଆପଣାଇ ଦୁଃଖଟି କିଣିଛି....


ସବୁବେଳେ ସୁଖ

ମୋ ପାଇଁ ମହଙ୍ଗା

ଅଚିହ୍ନା ଲୋକଟେ କଥା

ଦେବାକୁ ଶସ୍ତା...


ଏଠି ସମୟ ନଷ୍ଟ ହେଉଛି

ମନ ବଦଳାଇ ବସିଛି...

ଏଠି କାହାକୁ ଭରସା କରୁନି

ଶୁଣିବାର ଦକ୍ଷତା ହାସଲ କରୁଛି...


ପାଖରେ ଭଲ ଘରଟେ ନାହିଁ

ବୋଲି ହୀନ କରନ୍ତି...

ପାଖରେ କିଏ ନାହିଁ

ବୋଲି ରାଗରେ ଜଳନ୍ତି...

ଏକରୁ ଅନେକ କଥା

କହି ହସି ଦିଅନ୍ତି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍