STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ଜୀବନ ଏକ ହୋଲି

ଜୀବନ ଏକ ହୋଲି

1 min
202

ଜୀବନ ଏକ ହୋଲି

ମନ ଫଗୁଣର ସୁନ୍ଦର ଉପବନ 

ଏ ସାରା ସଂସାର

ଅଟଇ ପ୍ରେମର ବୃନ୍ଦାବନ।


ସମ୍ପର୍କ ମଧୁ ମଳୟ

ଭାବ ଭାଷାର ମୃଦୁ ପରଶ 

ଲାଗିଲେ ତନୁମନେ

ଆଶା ବିଶ୍ୱାସର ହୁଏ ବିକାଶ।


ମନରେ ଲାଗିଲେ ରଙ୍ଗ

ଆନନ୍ଦମୟ ହୁଏ ତ୍ରିଭୁନ 

ନିରାଶେ ମନ ଗଲେ ଭାଙ୍ଗି

ବ୍ୟର୍ଥ ହୁଏ ସାରା ଜୀବନ।


ପ୍ରେମ ରଙ୍ଗ ହୁଏ ଯଦି 

କୁତ୍ସିତ ଆବିଳତାରେ ପୂର୍ଣ୍ଣ 

ମନ ହୁଏ ବେରଙ୍ଗ

ପରିପୂର୍ଣ୍ଣତା ବି ଲାଗେ

ଶୂନ୍ୟ ଶୂନ୍ୟ ମହାଶୂନ୍ୟ।


ମନର ମୂଳେ ସାରା ଜଗତ 

ଜୟ କରି ଜଣେ

ଜିଣି ପାରେ ଏ ଜଗତ

ତା' ସମ୍ଭାବନାର ଭବିଷ୍ୟତ।


ପବିତ୍ର ନିଷ୍କାମ ଭକ୍ତି

ହୃଦୟର ସଦଭାବନା

ଈଶ୍ଵରଙ୍କ ପ୍ରକୃତ ଉପାସନା 

ସେ ଭକ୍ତି ଭାବେ ମନ

ହୁଏ ଯା'ର ନିମଗ୍ନ

ଦୂର ହୋଇଯାଏ 

ତୁଚ୍ଛ ପାର୍ଥିବ କାମନା।


ଭାବ ବିନିମୟର ରଙ୍ଗ ଲଗାଇ

ଜୀବନର ଖେଳ ସେ 

ଖେଳୁଥାଏ ସବୁରି ସାଥେ 

ପ୍ରଭୁଙ୍କ ଆଶିଷ ସୁମନ

ବରଷି ପଡୁଥାଏ

ତା' ଜୀବନର ପଥେ ପଥେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational