ନାରୀ ଓ ସମାଜ
ନାରୀ ଓ ସମାଜ
ନାରୀ ଅଟେ ସମାଜର ମଙ୍ଗଳ କାରିଣୀ
ପ୍ରତି ଜନ ପ୍ରାଣେ ପୁଣ୍ୟ ପୁଲକ ଦାୟିନୀ ।
ମାଆ ସାଜି ସେହି ସୃଷ୍ଟି ସୃଜନ କାରିଣୀ
ସମାଜ ରେ ଚିର କାଳ ଆହ୍ଲାଦ ବର୍ଷିଣୀ ।
ଶାନ୍ତି ସନ୍ତୋଷ ଶୃଙ୍ଖଳା ପରିସ୍ଥିତି ନେଇ
ନାରୀ ହିଁ ସମାଜର ସେ ଅନୁଧ୍ୟାନ କରି ।
ସ୍ନେହ ପ୍ରେମ ଶ୍ରଦ୍ଧା ପ୍ରୀତି ସୌହାର୍ଦ୍ଦ୍ୟ ସଂସ୍କୃତି
ଭକ୍ତି ଉପାସନା ବିଧି ବ୍ୟବସ୍ଥା ଜାଗୃତି ।
ଶିଶୁର ସେ ଶିକ୍ଷା ଦ।ତ୍ରୀ ପ୍ରଥମ ଶିକ୍ଷକ
ଭାବରେ ସଞ୍ଚାରେ ଦିବ୍ୟ ଚେତନା- ଆଲୋକ ।
ଯେତେ ସବୁ ଦିବ୍ୟ ଭାବ ଭକ୍ତି ମୂର୍ତ୍ତିମତି
ହୋଇ ତାହା ଠାରେ ସର୍ବେ ଏକତ୍ରିତ ଥାନ୍ତି ।
ପ୍ରେମ ପ୍ରଣୟ ସମ୍ପ୍ରୀତୀ ମଧୁର ମୂର୍ଚ୍ଛନା
ଭlବୋଦ୍ମ।ଦୀ ଧାର ରଚି ପ୍ରାଣେ ଉନ୍ମାଦନା ।
ସୃଜି ଜାଗରିତ କରେ ସଭିଙ୍କ ଚେତନା
ସମାଜେ ଯୋଗାଏ ଆହ୍ୱାନ ଓ ଆଶ୍ୱାସନା ।
ଦିବ୍ୟ ଶକ୍ତିର ସ୍ପନ୍ଦନ ତୋଳି ଅବିରତ
ବ୍ୟକ୍ତି ଚେତନାକୁ କରେ ମାଧୁର୍ଯ୍ୟ ମଣ୍ଡିତ ।
ମଧୁସ୍ର।ବୀ ମଧୁମୟୀ ପ୍ରେରଣା ଦାୟିନୀ
ସାମାଜିକ ଭାବ ଧାରା ବର୍ଦ୍ଧନ କାରିଣୀ ।
ସାଂସ୍କୃତିକ ମହିମା ରେ ଜିଣେ ଜନ ମନ
ସମାଜରେ ଛତ୍ରେ ଛତ୍ରେ ସ୍ନେହ ଉଦ୍ଦୀପନ ।
ସଞ୍ଚାରି ସମ୍ପ୍ରୀତି ଭାବ ଘେନି ହୃଦେ ହୃଦେ
ନାନା ବିଦ୍ଧ ସାମାଜିକ ପ୍ରଗତି ସେ ସାଧେ ।
ନାରୀ ପାଇଁ ହିଁ ସମାଜ ହୁଏ ରୁଚିମୟ
ହସ ଖୁସି ଦୁଃଖ ଶୋକ କାନ୍ଦ ତାପ କୋହ ।
ସବୁଥିରେ ସହାୟତା ଦେଇ ଥାଏ ନାରୀ
ଆଶା ସେବା ଯତ୍ନ ସ୍ୱପ୍ନ ସମ୍ଭାବନା ଦାତ୍ରୀ ।
ଦୁଃଖ ପୀଡା ସମୟ ରେ କରଇ ଶୁଶ୍ରୁଷା
ସଦଜ୍ଞ।ନ ଦ।ତ୍ରୀ ଭାବେ ନାଶେ ସେ ଦୁର।ଶା ।
ଦୁଶ୍ଚିନ୍ତା ଦୁର୍ବୁଦ୍ଧି ମନ୍ଦ ପଥୁ ନିବର୍ତ୍ତାଇ
ନାରୀ ନିଏ ସମାଜ କୁ ସୁପଥେ ଚଳାଇ ।
ଜନନୀ ସେ ଦିଏ ସ୍ନେହ ବାତ୍ସଲ୍ୟ ଆଦର
ନାରୀ ବିନା ଅସ୍ତିତ୍ୱ କି ରହେ ସମାଜର ।
