STORYMIRROR

LALIT MOHAN DASH

Inspirational

3  

LALIT MOHAN DASH

Inspirational

ଫଗୁଣର ପ୍ରୀତି ଛିଟା

ଫଗୁଣର ପ୍ରୀତି ଛିଟା

1 min
168

ଫଗୁଣର ପ୍ରୀତି ଛିଟା

କାହାକୁ ବିଭୋର କରେ

କାହାକୁ ଉନ୍ମାଦନା ଆଣି ଦିଏ

ଆଉ କାହାକୁ ପାଗଳ ବି କରେ


ଫାଜିଲ୍ ଫଗୁଣ

ଫୁଲେଇ ହୁଏ

ଫୁଲର ରଙ୍ଗରେ

ଫଗୁଣ ହସେ

ବସନ୍ତ ମଳୟରେ 

ଫଗୁଣ ଆନନ୍ଦ ବୋଳିଦିଏ

ଛାତିରେ ହୃଦୟରେ

ମନରେ ଆଉ ସ୍ଵପ୍ନରେ

ଫଗୁଣ ରଙ୍ଗ ବର୍ଷା କରେ

ହୋଲିର ରଙ୍ଗ ଅବିରରେ


ଫଗୁଣର ପ୍ରୀତି ଛିଟା

ରୋମାନ୍ସ ଭରି ଦିଏ

ପ୍ରିୟାର ଆଖିରେ 

ମଧୁ ବୋଳି ଦିଏ

ପ୍ରିୟାର ଗୋଲାପି ଓଠରେ

ରଙ୍ଗୀନ ଝୋଟି ଆଙ୍କି ଦିଏ

ପ୍ରିୟାର ପଣତ କାନିରେ


ଫଗୁଣ ହାତ ଧରି ଟାଣି ନିଏ

କଳ୍ପନାର ରାଇଜକୁ

ଯେଉଁଠି ଝରଣା ଗୀତ ଗାଏ

କୋଇଲି ସାହାନାଇ ବଜାଏ 

ପବନ ତନୁ ମନ ସ୍ପର୍ଶ କରେ

ଆଉ.....

ଆମ୍ବ ବଉଳର ବାସ୍ନା 

ବିଭୋର କରେ ମନ ଆଉ ହୃଦୟ ସବୁ 


ସେ ଏକ ସୁନ୍ଦର ଦୁନିଆ

ସେଠି ବ୍ୟସ୍ତତା ନ ଥାଏ

ନ ଥାଏ ଆସକ୍ତି ଆକର୍ଷଣ

ନ ଥାଏ କିଛି ଦେବା ନେବାର ଆଶା ଓ ବିଶ୍ଵାସ

ନ ଥାଏ ପ୍ରେମ ଆଉ ପ୍ରତାରଣା

ଚାରିଆଡେ଼ ଫଗୁଣର ମାହୋଲ 

ଚାରିଆଡେ଼ ଫଗୁଣର ରଂଗ


ମାଟିରୁ ଆକାଶ

ଲାଗେ ଖାଲି ଫଗୁଣ ଫଗୁଣ

ମନରୁ ମନ

ହୃଦୟରୁ ହୃଦୟ

ସ୍ୱପ୍ନ ରୁ ସ୍ୱପ୍ନ

ସଂଚରି ଯାଏ

ଫଗୁଣର ସ୍ପର୍ଶ


ଫଗୁଣର ପ୍ରୀତି ଛିଟା

ଛିଟିକି ପଡେ 

ହୃଦୟର 

ଅଗଣାରୁ ଅଗଣାକୁ

ଡେଇଁ ଯାଏ 

ମନ ଉପବନ ସବୁକୁ


ଫଗୁଣର ପ୍ରୀତି ଛିଟା

ଫୁଟି ପଡେ କବିତାରେ

ଶବ୍ଦରେ

ସାହିତ୍ୟରେ

ଗୀତରେ

ବାଦ୍ୟରେ 

ଆଉ ନୃତ୍ୟରେ 


ଫଗୁଣର ପ୍ରୀତି ଛିଟା

ନିମନ୍ତ୍ରଣ କରେ

ତୁମକୁ ଆଉ ମୋତେ

ଖାଲି ଫଗୁଣ ଫଗୁଣ ହେବାକୁ



Rate this content
Log in

Similar oriya poem from Inspirational