Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Inspirational

2.1  

ଉମା ଶଙ୍କର ମାଝୀ

Inspirational

ଛାତ୍ରଛାତ୍ରୀ

ଛାତ୍ରଛାତ୍ରୀ

1 min
283


ଶିଶୁଟି ଚାଲଇ   ଅଭ୍ୟାସ ବଳରେ

    ଶେଷେ ହୁଅଇ ସଫଳ ।

ଛାତ୍ରଛାତ୍ରୀ ଯଦି  ଧ୍ୟାନ ପାଠେ ଦ୍ୟନ୍ତି  

     ପାଆନ୍ତି ଉତ୍ତମ ଫଳ ।


ଶିକ୍ଷକଙ୍କ ବାଣୀ ଛାତ୍ର ଜୀବନ ରେ 

    କରେ ଯେ ନିତି ପାଳନ 

 ଭବିଷ୍ୟତ ପାଇଁ ସେହି ଶିକ୍ଷାର୍ଥୀ ର 

    ହୋଇଥାଏ ମୂଲ୍ୟବାନ ।


  ସମୟର ସ୍ରୋତ ବହିଚାଲି ଯିବ

     ଗୋଟେ କଥା ଥିବ ରହି 

  ଶୃଙ୍ଖଳା ଶିକ୍ଷାଟି ଛାତ୍ର ଜୀବନର 

    ସଦା ଯେ ପ୍ରେରଣାଦାୟୀ ।


 କେଉଁ ପରିବେଶେ  କିପରି ଚଳିବ

      ଛାତ୍ର ଯାହା ଶିଖିଥାଏ  

  ସେହି ସବୁ ଶିକ୍ଷା ଜୀବନେ ଲଗାଇ

     ଉତ୍ତମ ବ୍ୟକ୍ତିତ୍ୱ ହୁଏ ।


ବିଦ୍ୟାଳୟ ଆଉ  ନିଜର କୁଟୀର 

   ଭିତରକୁ ଯେବେ ଯିବ

ଦ୍ୱାରଦେଶ ପାଖେ ଗର୍ବ ଓ ଚପଲ

   ସଦା ଥୋଇଦେଇ ଥିବ ।


ବଡ଼କୁ ସମ୍ମାନ ଛୋଟ ପ୍ରତି ସ୍ନେହ 

   ଏହି ଦୁଇ ମନେ ରଖ 

ଭଲ କଥା ଯଦି  ଶିଖିବାକୁ ମିଳେ 

    ସ୍ଥାନପାତ୍ର ଭୁଲି ଶିଖ ।


ଛାତ୍ର ଜୀବନର ଉନ୍ନତିର ପଥ 

   ଛାତ୍ରର ଜିଜ୍ଞାସୁ ଭାବ 

ଜାଣିବାର ଇଚ୍ଛା ଉପରକୁ ନିଏ

   ସଦାରଖ ଏ ସ୍ୱଭାବ ।


   

  


Rate this content
Log in

Similar oriya poem from Inspirational