Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Abstract Others

3  

ଉମା ଶଙ୍କର ମାଝୀ

Abstract Others

କିପରି ହୋଇବ କଥା ?

କିପରି ହୋଇବ କଥା ?

1 min
11.9K



ମାଆ ସହ ଯେବେ  କଥା ହେଉଥିବ

   ପ୍ରେମେ ଭାବେ କଥା ହେବ

ବାପା ଙ୍କ ସହିତ    ସମ୍ମାନ ର ସହ

   କଥା ହେଲେ ନ ଭୁଲିବ I 0 I


ସତ୍ୟତା ର ସହ   ପତ୍ନୀ ଙ୍କ ସାଙ୍ଗରେ

     କରିବ ଯେ ବାର୍ତ୍ତାଳାପ  

 ଖୋଲା ହୃଦୟ ରେ  ଭାଇ ସହିତ ରେ 

     କରିପାର ଗପସପ I 1 I


 ଭଗିନୀ ସହିତ  କଥାବାର୍ତ୍ତା କଲେ

    ସ୍ନେହ ରେ ଯେ କଥା କୁହ

 ଶିଶୁ ମାନଙ୍କର   ସହ କଥା ହେଲ

     ଉତ୍ସାହ ନିଶ୍ଚୟ ଦିଅ I 2 I


ବନ୍ଧୁ ସହ ଯେବେ କଥା ହେଉଥିବ

    ପ୍ରଫୁଲ୍ଲ ଚିତ୍ତ ରହିବ

ସମ୍ପର୍କୀୟ ସହ  କଥାଭାଷା ହେଲେ

    ସବୁ କୁ ଗୁରୁତ୍ୱ ଦେବ I 3 I


କର୍ମୀ ସହ ଯଦି  ହେଉ ଥାଅ କଥା

   ସାହସୀ କଥା କହିବ

 ରାଜନେତା ସହ  ଯଦି କଥା ହୁଏ

   ସତର୍କତା ଧ୍ୟାନ ଦେବ I 4 I


ବଡ଼ଲୋକ ସହ ହେଉଥିଲେ କଥା

    ଶିଷ୍ଟାଚାର ଧ୍ୟାନ ଦେବ

 ଗ୍ରା￰ହକ ସହିତ ଯେବେ ହୁଅ କଥା

    ସାଧୁତା ନିଶ୍ଚେ ରଖିବ I 5 I

 

ଦୋଷୀସହ ଯଦି  ହେଉଥାଅ କଥା

    କଠୋର ନିଶ୍ଚେ ହୋଇବ

ଏହି ସବୁ କଥା  ପ୍ରତି ମୁହୂର୍ତ୍ତ ରେ

    ନିଶ୍ଚୟ ମନେ ରଖିବ I 6 I


ନିଜ ଆଚରଣ  ନିଜ କଥାବାର୍ତ୍ତା 

    ବ୍ୟକ୍ତି ପରିଚୟ ଦିଏ

ସ୍ଥାନକାଳ ପାତ୍ରେ କଥାର ମହତ୍ତ୍ୱ

    ବୁଝିଲେ ଭୁଲ ନ ହୁଏ I 7 I


Rate this content
Log in

Similar oriya poem from Abstract