Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Children Stories Comedy Romance

4  

ଉମା ଶଙ୍କର ମାଝୀ

Children Stories Comedy Romance

ରେ କଦଳୀ !

ରେ କଦଳୀ !

1 min
23.8K


କବିତା :- ରେ କଦଳୀ !


 ( ଶିଶୁ କବିତା )

କି ସୁନ୍ଦର ଦେଖିବାକୁ ,

ତୁହିରେ କଦଳୀ

ସକାଳ ରେ ଚୁଡ଼ା ସାଙ୍ଗେ ଦେଇ ଥାଏ ଗିଳି I 0 I


ତୋତେ ମୁଁ ଖାଇଲେ ନିତି

 ଲାଗୁ ଅଛି ଭଲ 

 ନ ଖାଇଲେ ଶରୀର ଟା ଲାଗଇ ଦୁର୍ବଳ I 1 I


ଯେବେ ମୁଁ ଥିଲି ପତଳା  

ଥିଲି ଲୋକ ହସା

ତୋତେ ଖାଇଲା ଦିନରୁ ଜାଗି ଗଲା ଆଶା I 2 I


ପବନରେ ଉଡିଯିବ 

କହୁଥିଲେ ଲୋକେ

ଏବେ କିନ୍ତୁ ନୀରବ ରୁହନ୍ତି ସବୁ ଦେଖେ I 3 I


ରେ କଦଳୀ ଭିଟାମିନ 

ତୁହି ଭରପୁର  

ତୋତେ ଖାଇ ସୁନ୍ଦର ଯେ ହୋଇଛି ଶରୀର I 4 I


ଉତ୍ତମ ସ୍ୱାସ୍ଥ୍ୟ ଯାହାର

ସେହି ଧନୀ ଲୋକ 

ଏହି କଥା ବୁଝନ୍ତିନି ଯେତେ ସର୍ବ ଲୋକ I 5 I


ଚୁଡ଼ା ଆଉ ଗୁଡ ସତେ 

ତୋର ସହଚର  

ଏ ତିନି ମିଶି ହୁଅଇ ଭୋଜନ ମୋହର I 6 I


ଡ଼ାକତର ଯେଉଁ ଦିନୁ

ଯାଇଛନ୍ତି କହି 

ସେହି ଦିନୁ କଦଳୀ ତୁ ମିତ୍ର ଗଲୁ ହୋଇ I 7 I


ବ୍ୟାୟାମ ସରିଲେ ମୋର

ଲୋଡ଼ା ପଡ଼ୁ ତୁହି

ତୁ ନ ଥିଲେ ଖାଇବାକୁ ଭଲ ନ ଲାଗଇ I 8 I


ଦିନ ଥିଲା ଦିଶୁଥିଲି 

ଅତ୍ୟନ୍ତ ପତଳା

ତୋତେ ଖାଇ ହୋଇଗଲି ଭୀମସେନ ଚେଲା I 9 I


କିଏ କହେ କୁମ୍ଭକର୍ଣ୍ଣ 

କିଏ କହେ ଖଳି

ନିଜକୁ ମୁଁ ଭାବୁଥାଏ ସଦା ବାହୁବଳୀ  I 10 I


ରେ କଦଳୀ ମୋ ଜୀବନେ 

ଆସିକରି ତୁହିଁ

ଅନ୍ୟ ପାଇଁ ପ୍ରେରଣା ସାଜିଲି ତୋତେ ଥୋଇ I 11 I


ସ୍ବାସ୍ଥ୍ୟ ସଚେତନ ପାଇଁ

ଯେଉଁ ଜାଗା ଯାଏ

ରେ କଦଳୀ ତୋ ବିଷୟେ ନିଶ୍ଚେ କିଛି କୁହେ I 12 I


ଯଦି ଚାହଁ ହେବା ପାଇଁ 

ଯିଏ ସ୍ବାସ୍ଥ୍ୟବାନ

ନ ଭୁଲିବ କେବେହେଲେ କଦଳୀ ର ଗୁଣ I 13 I


ଗୋଟିଏ ଦୁଇଟି ନିତି

ଦିନେ ଖାଉଥିବ

ଦେଖିବ ତୁମେ କେମିତି ମୋଟା ହୋଇଯିବ I 14 I


ମିଳିଛି ବୋଲିଣ ବେଶୀ 

କେବେ ନ ଖାଇବ

ସ୍ୱାସ୍ଥ୍ୟ ଆଉ ଖାଦ୍ୟ ପ୍ରତି ଯତ୍ନବାନ ହେବ I 15 I


ତେଣୁ ଆଜିକା ବଜାରେ 

ତୋର ବଡ଼ ଭାଉ

ରେ କଦଳୀ ତୋ ମହିମା କି କହିବି ଆଉ I 16 I


ଯେ ଖାଇଲା ରେ କଦଳୀ

ତାକୁ ଦିଅ ବଳ

ଉତ୍ତମ ସ୍ୱାସ୍ଥ୍ୟ ସମ୍ପତ୍ତି ଜାଣନ୍ତୁ ସକଳ I 17 I



Rate this content
Log in