Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Children Stories Comedy Inspirational

3  

ଉମା ଶଙ୍କର ମାଝୀ

Children Stories Comedy Inspirational

ବଡ଼ା ଅସୁବିଧା ହୋଇଗଲା

ବଡ଼ା ଅସୁବିଧା ହୋଇଗଲା

2 mins
11.6K


   (ଶିଶୁ ହାସ୍ୟ କବିତା)


 ପରୀକ୍ଷା ହୋଇବ ଅର୍ଦ୍ଧ ବାର୍ଷିକ ଯେ 

    ଶିକ୍ଷକ କହିଣ ଗଲେ 

 ଭଲ ପାଠପଢ଼ି ଆସିଥିବ ପିଲେ 

    ଡରିବନି କେବେ ହେଲେ I 0 I


 ଯାହା ପଢିଅଛ  ଘରକୁ ଯାଇଣ 

   ଖୋଲ ବହିଖାତା ଯାଇ  

ଅଭ୍ୟାସ କରିଲେ ପ୍ରଶ୍ନ ଓ ଉତ୍ତର

    ଫଳାଫଳ ଭଲ ହୋଇ I 1 I


  ସାହିତ୍ୟ ଶିକ୍ଷକ   କହନ୍ତି ପିଲାଏ

     ଭଲ କି ବହି ପଢ଼ିବ

  ଗଦ୍ୟପଦ୍ୟ ପ୍ରଶ୍ନ  ସହ ଅନୁଚ୍ଛେଦ

     ପ୍ରବନ୍ଧ କୁ ଧ୍ୟାନ ଦେବ I 2 I


   ଦରଖାସ୍ତ ସହ  ପତ୍ର ଲିଖନ ଟି 

      ଖାତାରେ ଅଭ୍ୟାସ କର 

   ବ୍ୟାକରଣ ପ୍ରତି ଦୃଷ୍ଟି ଦେଲେ ତୁମେ

      ହୋଇବ ସବୁ ସୁନ୍ଦର I 3 I


    ତେଣୁ ନିତି ତୁମେ ଅଭ୍ୟାସ କରିବ

        ନ ହୋଇବ ଅଳସୁଆ

    ଯଦି ପରୀକ୍ଷା ରେ ଉତ୍ତୀର୍ଣ୍ଣ ନ ହୁଅ

        ମାଡ଼ ତୁମ ପାଇଁ ଥୁଆ I 4 I

 

     ମାଡ଼କଥା ଶୁଣି  ସବୁ ଛାତ୍ରଛାତ୍ରୀ 

       ଘାରିଲା ଯେ ଭାରି ଭୟ

     ସାହିତ୍ୟ ଶିକ୍ଷକ ଯାହା କହିଥାନ୍ତି  

       କରିଥାନ୍ତି ଯେ ନିଶ୍ଚୟ  I 5 I


   ଗୋବିନ୍ଦା ଓ ଭୀମା   ଭାରି ଦୁଷ୍ଟ ଦୁଇ 

        ପାଠରେ ନ ଥାଏ ମନ 

    ଶ୍ରେଣୀ କୋଠରୀ ରେ ଚଗଲାମୀ କରି 

        କଟୁଥିଲା ଏତେ ଦିନ I 6 I 


    ଶିକ୍ଷକ ଙ୍କ କଥା  ପରୀକ୍ଷା ରେ ଯଦି 

        ଅକୃତକାର୍ଯ୍ୟ ଯେ ହେବ

    ମାଡ଼ ଉପାଖ୍ୟାନ ଗୋବିନ୍ଦା ଓ ଭୀମା

       ଭାବନ୍ତି କଣ ହୋଇବ I 7 I


    ଗୋବିନ୍ଦା କୁ ଭୀମା  କୁହେ ଶୁଣ ସାଙ୍ଗ

       ଏବେ ଯେ କରିବା କିସ

     ଯଦି ନ ହୋଇବା ଓଡ଼ିଆ ରେ ପାସ

       ଶିକ୍ଷକ ହୋଇବେ ରୋଷ I 8 I


      ସାହିତ୍ୟ ଶିକ୍ଷକ   ରାଗିଲେ ଆମକୁ

         ଦେହେ ହେବ ବୃଷ୍ଟି ମାଡ଼

      କପି ହିଁ ଭରସା  ଆମ ଜୀବନ ରେ

          ଅନ୍ୟଥା ସବୁଠି ବାଡ଼ I 9 I


       ଭୀମା କହେ ଯଦି   ଧରା ପଡ଼ିଗଲେ 

          ସେଠି ହେବା ଲୋକହସା

       ପାଠ ଯଦି ଆମେ ଭଲ ପଢ଼ିଥାନ୍ତୁ 

          ନିଜକୁ ଥାନ୍ତା ଭରସା I 10 I


        ଗୋବିନ୍ଦା କୁହଇ  ପ୍ରଥମ ଦିନରେ

           ସାହିତ୍ୟ ଭୂଗୋଳ ଅଛି 

       ପ୍ରଥମେ ସାହିତ୍ୟ ଦ୍ଵିତୀୟେ ଭୂଗୋଳ

           ଭୁଲିବୁନି ଜମା କିଛି I 11 I


        ତା'ର ପରଦିନ ବିଦ୍ୟାଳୟ ଠାରେ

           ପରୀକ୍ଷା ଆରମ୍ଭ ହେଲା

        ସାହିତ୍ୟ ରୂପରେ ପ୍ରଥମ ବିଷୟ

           ଶିକ୍ଷIର୍ଥୀ ମାନଙ୍କ ଥିଲା I 12 I


       ଗୋବିନ୍ଦା ଓ ଭୀମା     ପରସ୍ପର ଦୁହେଁ

             ହେଉଛନ୍ତି ଚାହାଁଚାହିଁ

       ଶିକ୍ଷକ ବୁଲନ୍ତି     ପରୀକ୍ଷା କେନ୍ଦ୍ରରେ

            ଲେଖିବା ରେ କଷ୍ଟ ହୋଇ I 13 I


        ଆଗପଛ ଆଉ      ଉପର ତଳକୁ 

             ଗୋବିନ୍ଦାର ହାବଭାବ 

         ଦେଖିଣ ଶିକ୍ଷକ      ଭାବିଲେ ନିଶ୍ଚିତ

               କିଛି ଗଡବଡ ଥିବ I 14 I


         ଶିକ୍ଷକ କୁ ପାଖେ   ଗୋବିନ୍ଦା ଦେଖିଣ

            ଦେହେ ଝାଳେ ହେଲା ଓଦା

         ସାର୍ଟର ପକେଟ ଖାତାର ଭିତରେ

             ହୋଇଅଛି କପିଗଦା  I 15 I


        ଶିକ୍ଷକ ହାତରେ   ଧରାଯେ ପଡ଼ିଣ

           ଗୋବିନ୍ଦାକୁ ପଡ଼େ ମାଡ଼

        ମାଡ଼ ର ଶବଦ  ଶୁଣିଣ ଯେ ଭୀମା

           ନ ଉଠାଏ ନିଜ ମୁଡ  I16I


       ଶିକ୍ଷକ କହିଲେ  ହଇରେ ଗୋବିନ୍ଦା

           ଏ କଣ କରୁଛୁ ତୁହି

        ସାହିତ୍ୟ ବଦଳେ ଭୂଗୋଳର କପି 

            ଧରି ଆସିଛୁ ପଳେଇ I 17 I


      ସାହିତ୍ୟ ଜାଗାରେ ଭୂଗୋଳ ଲେଖିଲେ  

          ନିଶ୍ଚେ ପାଇବୁଟି ଶୂନ 

       ଭଲ ପାଠ ଯଦି   ପଢ଼ିଥାନ୍ତୁ ବାବୁ

         ହୁଅନ୍ତୁ କି ହୀନିମାନ  I 18 I


     ସାହିତ୍ୟ ଜାଗାରେ  ଭୂଗୋଳ ର କପି 

         ଗୋବିନ୍ଦା ଆଣିଛି ଭିଡ଼ି

     ଏହିକଥା ଶୁଣି    ସବୁ ଛାତ୍ରଛାତ୍ରୀ 

          ହସି ଯାଉଛନ୍ତି ଗଡ଼ି I 19 I


     ଶିକ୍ଷକ କହିଲେରେ ପୁଅ ଗୋବିନ୍ଦା

         ଏବେ ବି ସମୟ ଅଛି 

      ଭଲ  ପାଠପଢ଼  ନିଜକୁ ସୁଧାର 

         ଠିକ ହେବ ସବୁ କିଛି I 20 I


      ଅଭ୍ୟାସ ବଳରେ   ପାଠକୁ ନିଶ୍ଚିତ

         କରିଣ ହେବ ଆୟତ୍ତ

       ବିଦ୍ୟା ଠାରୁ ବଳି ଏହି ଦୁନିଆରେ 

           ନାହିଁ କିଛି ବଡ଼ ବିତ୍ତ I 21 I


        ଯଦି ପାଠ ପଢ଼ା  ଅବୁଝା ଲାଗୁଛି

           ଶିକ୍ଷକ ସାହାଯ୍ୟ ନିଅ

        ଅଭ୍ୟାସ ବଳରେ ସବୁଯେ ସମ୍ଭବ 

           ଏ କଥା ଭୁଲି ନା ଯାଅ I 22 I


        ଭଲ ପାଠପଢ଼ି  ହୁଅ ଭଲପିଲା

           ପାଠରେ ଯେ ଦିଅ ଧ୍ୟାନ 

        ପାଠ ଠାରୁ ମିଠା ଜଗତରେ ନାହିଁ 

           ଏ ବଚନ ହୃଦେ ଘେନ I 23 I


        ଶିକ୍ଷକଙ୍କ କଥା  ଶୁଣିଣ ଗୋବିନ୍ଦା

            ଆଖିକରି ଛଳଛଳ

         କରୁଛି ଶପଥ   ପଢ଼ିବି ମୁଁ ପାଠ

           ଟାଣ କରି ମନୋବଳ I 24 I 

    

         ଶୁଣିଣ ଶିକ୍ଷକ  ଗୋବିନ୍ଦା ମୁହଁରୁ

            ନିସୃତ ଏପରି କଥା 

        ଆଉଁସିଣ ଦେଇ ଆଶୀର୍ବାଦ ଦେଲେ 

            ଖୁସି ରେ ଟେକିଲା ମଥା I 25 I



Rate this content
Log in