STORYMIRROR

ଉମା ଶଙ୍କର ମାଝୀ

Abstract

2  

ଉମା ଶଙ୍କର ମାଝୀ

Abstract

ତାଙ୍କୁ ଭେଟିବାକୁ ଆଜି ବି ଭାବେ !

ତାଙ୍କୁ ଭେଟିବାକୁ ଆଜି ବି ଭାବେ !

1 min
122

ତାଙ୍କୁ ଦେଖିବି ବୋଲି ଆଜି ବି ଭାବେ 

ମୋ ହୃଦୟ ମଧ୍ୟ ରେ ଆଜି ବି 

ତାଙ୍କ ସ୍ମୁତି ସୁପ୍ତ ହୋଇ ରହିଛି


କିନ୍ତୁ କେଜାଣି ତାଙ୍କୁ ଭେଟିବାକୁ 

ଆଜି ବି ଡର ଲାଗେ


ତାଙ୍କ ସହ ସମ୍ପର୍କ ରେ ସେତୁ ତିଆରି ପାଇଁ 

ଭାବନା ସମୁଦ୍ର ରେ ଚେଷ୍ଟା କରିଥିଲି!


କିନ୍ତୁ ବାସ୍ତବ ଜଗତ ରେ ତାଙ୍କ ସହ 

ମୁହାଁମୁହିଁ ଦେଖା ହେଲେ ଏକ ଅଜଣା ଭୟ 

ଗ୍ରାସ କରୁଥିଲା


ତାଙ୍କ ସହ ବାର୍ତ୍ତାଳାପ ର ପ୍ରଚେଷ୍ଟା ହୃଦୟ ଚାଁହୁଥବା ବେଳେ 

ମନୋବଳ ଦୃଢ଼ ନ ଥିଲା


ତଥାପି ସେ ମୋ ପସନ୍ଦ ଥିଲେ

କେଜାଣି କାହିଁକି ତାହାକୁ ପ୍ରେମ କି ଆକର୍ଷଣ କୁହାଯାଏ ଜାଣେନା


ଜୀବନ ରେ ଦୀର୍ଘ ଉଣେଇଶ ଟି ବସନ୍ତ ତାଙ୍କୁ ଭେଟିସାରି  

ବିତିଗଲା ପରେ ବି


ଆଜି ବି ସେ ମନେ ପଡ଼ନ୍ତି...

ତାଙ୍କ କଥା ଆଜି ମନେ ପଡିଲେ ଆଜି ବି ଏକ ଅପୂର୍ବ ଆନନ୍ଦ 

ହୃଦୟ ରାଇଜରେ ଅନନ୍ୟ ଅନୁଭବ ହୁଏ.


ବାସ ଆଜି ପୁଣି ଥରେ ତାଙ୍କୁ ଥରେ ଦେଖିବାକୁ ଇଚ୍ଛା


ପୁଣି ଥରେ ଅତୀତ କୁ ଫେରିବାର ଇଚ୍ଛା


ପୁଣି ଥରେ ତାଙ୍କୁ ଭେଟିବି ବୋଲି ଆଜି ବି ଭାବେ.


ଆଜି ବି ଭାବେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract