ବୀରାପ୍ପାନ ନିଶ
ବୀରାପ୍ପାନ ନିଶ
ଜଙ୍ଗଲ ଦସ୍ୟୁ ବୀରାପ୍ପାନ
ଦାକ୍ଷିଣାତ୍ୟ ଜଙ୍ଗଲରେ କରୁଥିଲା ବିଚରଣ
ଦେଖା ହେଲା ହଟାତ !
କିଏ ଜାଣ ?
ବାଲ୍ମୀକି !
ଯିଏ କି ରଚୟିତା ରାମାୟଣ I
କବି ପ୍ରତି ଦୁର୍ବଳତା ଅଛି ଦସ୍ୟୁରାଜଙ୍କର
ବାଲ୍ମୀକି ଙ୍କୁ ଦେଖି ଖୁସୀ ହେଲା ବୀର !
କରିଣ ପ୍ରଣାମ ! କହେ ବୀରାପ୍ପାନ
" ହେ ମହାଋଷି,
କି କାରଣେ ତବ ଏ ଦିଗେ ଗମନ ?
ତବ ଦରଶନେ ମୋର
କୃତାର୍ଥ ହୋଇଲା ସତେ ମାନବ ଜୀବନ
ମନେପଡେ ତବ କଥା
ପୂର୍ବେ ତୁମେ ହୋଇ ଦସ୍ୟୁ ରତ୍ନାକର
ମାରୁଥିଲ କେତେ କେତେ ନାରୀନର !
ମୁଁ ବି ଜଣେ ଆପଣଙ୍କ ପରି ଅବତାର
ସମୟର ଗତିପଥେ ବଦଳିଲା ତବଙ୍କ ବେଭାର
ମାତ୍ର ଯେମିତି କୁ ସେମିତି ଏ ବୀରପ୍ପାନ ବୀର
ସାରା ଦେଶେ ହୋଇଅଛି ପ୍ରସିଦ୍ଧି ଏଥର
ଯେ ମୋତେ ଦେବ ଧରେଇ
ସରକାର ନିକଟରୁ ପାଇବସେ ଦୁଇକୋଟି ଉପହାର !
କେଜାଣି ପରିବର୍ତ୍ତନ ହେଉନି ମୋହର
ସେ କଥା ବିସ୍ତାର କରି
କହ ଆହେ ମୁନିବର ?
ହସି କହେ ବାଲମିକ
" ବତ୍ସ, ବିଧାତାର ଇଚ୍ଛା ଯାହା
କେ ଏତେ ସାଧ୍ୟ ତାହାର l "
ବାଲ୍ମୀକି ଙ୍କ କଥା ଶୁଣି ହସେ ବୀରାପ୍ପାନ
ଶ୍ରବଣ କରନ୍ତୁ ଗୁରୁ ମୋହରି କଥନ !
" କାଳଜୟୀ କାବ୍ୟଲେଖି ତୁମେ ଆଲୋଚିତ
ନୃସଂଶତା କଥା ପାଇଁ ମୁଁ ଦେଶେ ଚର୍ଚ୍ଚିତ
କାଟିଛି ଚନ୍ଦନ ଗଛ
ମାରିଛି ଅନେକ ହାତୀ
କେବଳ ସେ ହସ୍ତୀଦନ୍ତ ପାଇଁ
ପୁଣ୍ୟ ବି କରିଛି ମୁହିଁ
ଯେହେତୁ ଧୋଇଛି ମୁହିଁ
ରକ୍ତରେ ଏ ଅରଣ୍ୟ ର ଭୂଇଁ !
ଏତେ ମଧ୍ୟ କରି ମୋର ହୃଦୟରେ
ନାହିଁ ଟିକେ ଅନୁତାପ !
ହେଲେ ମୁଁ ଆଶ୍ଚର୍ଯ୍ୟ ହେ ! କବିବର
ସାମାନ୍ୟ ବଗ ମୃତ୍ୟୁ ରେ ବିଗଳିତ
ହୋଇଥିଲା ତୁମର ସେ ହୃଦୟ ମନ୍ଦିର l
ଝରିଲା କଲମ ଝର
କଲମ ମୂନେ ତୁମର
ହୋଇଗଲ କାବ୍ୟସ୍ରଷ୍ଟା
ଏ ସୁନ୍ଦର ଭାରତର !
ହେଲେ ଟିକେ ଦେଖ ?
ମୋପରି ମଣିଷମାନେ
ନିର୍ମମ ପ୍ରାଣୀଙ୍କ ପ୍ରତି
ମୋ ଭୟେ ଅନେକ ଲୋକ
ଶୋଇପାରନ୍ତି ନି ରାତି I
କି ଦେଖିଲା ଏ ନୟନ ! ! !
ହେ ଗୁରୁଦେବ ଛାଡ଼ି ଲୋକେ
ତବ ଦାଢ଼ି ଅନୁକରଣ
ବୀରାପ୍ପାନ ନିଶ ପଥ
କରୁଛନ୍ତି ଗ୍ରହଣ ?
ବୀରାପ୍ପାନ ନିଶ ଏକ ଅମୁଲ୍ୟ ସମ୍ପଦ
ଦେଶ ପାଇଁ ମୁହିଁ ଏକ ଅଦ୍ଭୁତ କାଳାନ୍ତ ! ! !
ଶୁଣି ବୀରାପ୍ପାନ କଥା
କହନ୍ତି ବାଲ୍ମୀକ
" ଅଛି ଆହେ ଦସ୍ୟୁରାଜ
ଏବେ ବି ସମୟ
ଫେରିତୁମ ମାନ ଅପମାନ
ଫେରିଆସ ତୁମେ ଲୋକାଳୟ I "
ବାଲ୍ମୀକି ଙ୍କ କଥା ଶୁଣି
ଭାଷେ ବୀରାପ୍ପାନ
" ହେ ଗୁରୁଦେବ !
କର ତୁମେ କଥା ଅନୁଧ୍ୟାନ
ମାନୁଛି ମୁଁ ଲୋକାଳୟ ଫେରିବାକୁ ନାହିଁମନ
ନାହିଁ ମୋର ନୈତିକ ସାହାସ ! !
ହସ୍ତୀ ସିନା ମାରୁଛି ମୁଁ ଜଙ୍ଗଲରେ
ଖେଳୁଅଛି ତାଣ୍ଡବ ର ଦ୍ୱେଷ ! !
ହେଲେ ଦେଖ !
ଅନ୍ୟ ପଶୁପକ୍ଷୀ ସଂଖ୍ୟା ସବୁ
ଜଙ୍ଗଲରେ କ୍ରମେକ୍ରମେ ଯାଏ କିମ୍ବା କମି ?
ମତାମତ ଶୁଣନ୍ତୁ ମୋହର
ସେମାନେତ ନିଶହୀନ ବୀରାପ୍ପାନ ବୀର
ବଦଳେଇ ଅରଣ୍ୟ ରେ ନିଜ ବେଶଟିକୁ
କରୁଛନ୍ତି ନାନା ଅତ୍ୟାଚାର I
ବଗର ମୃତ୍ୟୁ ରେ ତବ
ଲେଖିଲେ କବିତା
ବୀରାପ୍ପାନ ନିଶ ଦେଖି
ଲେଖାହେବ ମହାକାବ୍ୟ ଗାଥା l
ସେଠି ପାଇଁ ଗୁରୁଦେବ ତବଦାଢ଼ି
ଦୁନିଆ ରେ ସର୍ବେ କରି ହୀନ
ଖୁସୀ ରେ ସଭି ଟୋକାଏ
କରୁଛନ୍ତି ମୋ ନିଶ ଚୟନ l
ଶୁଣିଣ ବାଲ୍ମୀକି ନିରୁତ୍ତର
"ଭାବନ୍ତି ବେକାର ହେଲାକି
ଏ କାବ୍ୟ ମୋର
ପ୍ରକୃତି ନୈବ ମୁଚ୍ୟତେ
କଥା ସତ୍ୟ ସାର l "