STORYMIRROR

ଉମା ଶଙ୍କର ମାଝୀ

Abstract

3  

ଉମା ଶଙ୍କର ମାଝୀ

Abstract

କାହିକି ତୁମକୁ ଡର ( ଶିଶୁ କବିତା

କାହିକି ତୁମକୁ ଡର ( ଶିଶୁ କବିତା

1 min
11.7K

    ଗୀତା କହୁଅଛି   ମାଆଲୋ ମୋତେ ଯେ 

           ଲାଗୁଅଛି ବହୁଡର

     କେଜାଣି କେମିତି    ପରୀକ୍ଷI ଆସିଲା 

         କଣ ଲେଖିବି ଉତ୍ତର I


       ଶିକ୍ଷକ ଶ୍ରେଣୀରେ   ସୁନ୍ଦର ପଢ଼ାନ୍ତି

           ସବୁ ବୁଝିହୁଏ ନାହି

        ମନର ସନ୍ଦେହ   ରହିଗଲା ଯଦି

          ଅବୁଝା ରୁହଇ ସେହି I


       ଆସନ୍ତା କାଲିଠୁ  ମାସିକ ପରୀକ୍ଷI

          ଶିକ୍ଷକ ଅଛନ୍ତି କହି

       ଭଲ ଅଙ୍କ ଯଦି ତାଙ୍କ ବିଷୟରେ 

          ନ ମିଳିଲେ ତ୍ରାହି ନାହିଁ I


        ହାତଗୋଡ଼ ପିଠି  ଯଷ୍ଟି ସାହାଯ୍ୟରେ 

            ଆମକୁ ମିଳିବ ଦଣ୍ଡ

        ଯିଏ ଭୁଲ କଲା ରକ୍ଷI ନାହିଁ ଜମା

           କିପରି ରଖିବି ପିଣ୍ଡ I


        ଶିକ୍ଷକ ଙ୍କ ଗାଳି  ଶୁଣିଲେ ମୋହର 

          ଦେହ ରୁ ବହଇ ଝାଳ

        ଏବେଠୁ ଚିନ୍ତିତ ହେଲାଣି ମୋ ମନ

          ହେଉଅଛି କଲବଲ I


        କେଉଁ ଉପାୟରେ ଉତ୍ତର ଲେଖିଲେ 

            ଆସିବ ଅଙ୍କ ଉତ୍ତମ

         ତ୍ରୁଟିଯୁକ୍ତ ଯଦି ଉତ୍ତର ଲେଖିବି

             ହେବ ଉତ୍ତମମଧ୍ୟମ I


         ଶୁଣି ଗୀତା କଥା କହୁଛନ୍ତି ମାଆ

            ଝିଅ ମନ ଦେଇ ଶୁଣ

          ପାଠ ଠାରୁ ଭଲ ଆଉ କିଛିନାହିଁ 

             ଏ କଥା ସର୍ବଦା ଜାଣ I

         

          ବିଦ୍ୟାଳୟ ଅଟେ ଜ୍ଞାନର ମନ୍ଦିର

             ଜ୍ଞାନ ଅରଜନ ପାଇଁ 

          ଛୋଟ ଶିଶୁଟିର ନାମ ବାପା ମାଆ

             ଦିଅନ୍ତି ସେଠି ଲେଖେଇ I


          ବିଭିନ୍ନ ବିଷୟ ଛାତ୍ରଛାତ୍ରୀ ଆଗେ 

              ଶିକ୍ଷକ ଦ୍ୟନ୍ତି ବୁଝେଇ

            ଉତ୍ତମ ଶିକ୍ଷIର୍ଥୀ ତାହାକୁ କହିବା 

               ଅବୁଝା ଯେ ପଚାରଇ I I


            ନିତ୍ୟ ଅଭ୍ୟାସ ରେ ପାଠ ଭଲ ହୁଏ

                ସୁନ୍ଦର ବି ହସ୍ତାକ୍ଷର

             ଜାଣିବାକୁ ଯିଏ ସର୍ବଦା ଇଚ୍ଛଇ

                ସଫଳତା ମିଳେ ତାର I


             ବିଦ୍ୟାର୍ଥୀ ଯଦ୍ୟପି ନିଜ ତ୍ରୁଟି ଜାଣି

                 ନିଜକୁ ସଜାଡି ନିଏ

              ସଫଳତା ନିଶ୍ଚେ ପାଇପାରିଥାଏ

                 ବିଫଳ କେବେ ନ ହୁଏ I


              ପ୍ରତି ବିଷୟରେ ମନ ଧ୍ୟାନଦେଇ 

                   କରଇ ଯେ ଅଧ୍ୟୟନ 

               ମାର୍ଜିତ କରଇ ନିଜ ଜୀବନକୁ

                   ସଂସ୍କାରେ ପ୍ରତିଫଳନ I


               କୌଣସି ବିଷୟ ଅବୁଝା ରହିଲେ

                   ପଚାରିବ ବାରମ୍ବାର

               ଥରେ ବୁଝିଯାଇ ନିତ୍ୟ ଅଭ୍ୟାସିଲେ

                    ପାଠ ବି ଲାଗେ ମଧୁର I  


               ପରୀକ୍ଷI କୁ ଡର କେବେ ହେ ନକର

                    ଆତ୍ମବିଶ୍ୱାସ ଯେ ରଖ

               ବିଦ୍ୟା ମହାଧନ ବଢ଼ାଏ ସମ୍ମାନ

                    ଏହି କଥା ଟିକୁ ଶିଖ I


                ବିଦ୍ୟାର୍ଥୀ ସଫଳ ପାଇଁ ମୂଳମନ୍ତ୍ର  

                    ଅଟଇ ଅଧ୍ୟବସାୟ 

                ପରିଶ୍ରମ ବଳେ ସକଳ ସମ୍ଭବ

                 କର ନା ତିଳେ ତୁ ଭୟ I


            ମାଆ କଥାଶୁଣି        କହୁଅଛି ଗୀତା

                ଖୋଲିଦେଲ ଆଖି ମୋର

            ଅବୁଝା ବିଷୟ      ବୁଝିବା ପାଇଁକି

                ପ୍ରସ୍ତୁତ ଝିଅ ତୁମର I


            ଝିଅ କଥା ଶୁଣି ହସ୍ତ ପରଶ ରେ 

                ମଥା ଛୁଇଁ ଆଶୀର୍ବାଦ

            ମାଆ କହୁଛନ୍ତି ସଫଳତା ପାଅ 

                 ଲଢ଼ି ଜୀବନ ର ଯୁଦ୍ଧ I



Rate this content
Log in

Similar oriya poem from Abstract