Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଉମା ଶଙ୍କର ମାଝୀ

Children Stories

4.3  

ଉମା ଶଙ୍କର ମାଝୀ

Children Stories

ପାଠ କାହିଁକି ହେବନି ଭଲା !

ପାଠ କାହିଁକି ହେବନି ଭଲା !

1 min
23.9K



ନୂଆ ବିଦ୍ୟାଳୟ 

ଲାଗୁଛି ସୁନ୍ଦର 

   ଷଷ୍ଠ ଶ୍ରେଣୀ ନାମ ଲେଖା ହେଲା 

 ଗାଁ'ରୁ ଆସିଅଛି 

 ସହରକୁ ଦେଖି

  ମନ କୁଣ୍ଢେମୋଟ ହେଲା 

 ଭଲ ପାଠ ପଢ଼ି

 ସୁନା ପିଲା ହେବ

 ମନେ ମନେ ଭାବୁଥିଲା 

 ପାଠ କେମିତି ନ ହେବ ଭଲା I


 ମାମୁଁ ଘରେ ଥାଇ 

 ପାଠ ପଢ଼ି ଯିବ

     ହୋଇବ ଯେ ଭଲ ପିଲା 

ବାପାମାଆ ନାମ 

ରଖିବ ନିଶ୍ଚିନ୍ତ 

    କୁନା ମନେ ପଣ କଲା 

ପଞ୍ଚମ ଶ୍ରେଣୀରେ 

ଭଲ ପଢ଼ୁଥିଲା

ମନେ ତାର ପଡ଼ିଗଲା

ପାଠ କେମିତି ନ ହେବ ଭଲା I


ଆଜି ବିଦ୍ୟାଳୟ 

ପ୍ରଥମ ଦିନ ଟି 

        କୁନା ମନ ଭଲ ଥିଲା 

ପ୍ରାର୍ଥନା ସରିଲା

ଶ୍ରେଣୀ ପିଲା ସାଥେ 

        ଷଷ୍ଠ ଶ୍ରେଣୀ ରେ ବସିଲା 

ପ୍ରଥମ ବିଷୟ

ସାହିତ୍ୟ ପଢ଼ିବା

ବୁଝି ଜଣା ପଡ଼ିଗଲା

ପାଠ କେମିତି ନ ହେବ ଭଲା I


ସାହିତ୍ୟ ଶିକ୍ଷକ 

ଶ୍ରେଣୀ ଛାତ୍ରଛାତ୍ରୀ

      ପରିଚୟ ଜାଣିହେଲା 

 ବହୁତ ସୁନ୍ଦର 

ଶ୍ରେଣୀ ପରିବେଶ 

      ଦେଖି ଖୁସି ଲାଗିଗଲା

 ପଚାରିଲେ ଯାହା 

 ଶିକ୍ଷକ କୁନାକୁ 

 କୁନା ସଠିକ ଉତ୍ତର ଦେଲା

 ପାଠ କେମିତି ନ ହେବ ଭଲା I


 ଶିକ୍ଷକ କୁହନ୍ତି 

 ଶୁଣ ପିଲାମାନେ

     ଯାହା କହିବାର ଥିଲା

 ଭଲ ପାଠ ତୁମେ 

 କେମିତି ପଢ଼ିବ

     ବୁଝେଇ କହିବି ହେଲା 

ସେହି କଥା ଯଦି 

ମାନି ପାଠ ପଢ଼

ହୋଇଯିବ ଭଲ ପିଲା 

ପାଠ କେମିତି ନ ହେବ ଭଲା I


ପ୍ରଥମ ବିଷୟ 

ଭଲ କି ଶୁଣିବ

     ନ ଶୁଣିଲେ ସବୁ ଗଲା

ଭଲ କି ନ ଶୁଣି 

ଉତ୍ତର କହିଲେ

      ସବୁ ଗଡ଼ବଡ଼ ହେଲା 

କୋଇଲା ର ରଙ୍ଗ 

ଦେଖିବା କିପରି 

ଅଟଇ ଉତ୍ତର କଳା

ପାଠ କେମିତି ନ ହେବ ଭଲା I


ଦ୍ଵିତୀୟ କଥା ଟି 

ଭଲ କି ଲେଖିବ

 ହରବର ହେଲେ ଗଲା

ଦଶରଥ ପୁତ୍ର

ନାମକଣ ଅଟେ

     ପ୍ରଶ୍ନ ଯଦି ଆସିଗଲା

ରାମ ବଦଳରେ

ରମା ନ ଲେଖିବ

ନ ହେଲେ ଅଙ୍କ ଟା ଗଲା

ପାଠ କେମିତି ନ ହେବ ଭଲା I


ତୃତୀୟ ବିଷୟ 

ଭଲ କି ପଢ଼ିବ

     ମନେ ରଖିଥିଲେ ହେଲା

ଉଚ୍ଚାରଣ ତ୍ରୁଟି

ଭୁଲ ର କାରଣ

    ମନଧ୍ୟାନ ଦେଲେ ହେଲା

ଭୁଲ ସଂଶୋଧନ

ଥରେ ହୋଇଗଲେ

ନିର୍ଭୁଲ ଆରମ୍ଭ ହେଲା 

ପାଠ ହେବ ନାହିଁ କିଆଁ ଭଲା I


ଶେଷକଥା ଶୁଣ

ମନ ଧ୍ୟାନ ଦେଇ 

       ମନେ ଗଣ୍ଠିବାନ୍ଧି ହେଲା

ଅବୁଝା ବିଷୟ

ନ ବୁଝିଲା ଯାଏ

       ପଚାରିବ ସବୁ ବେଳା

ଶିକ୍ଷକ  ନିକଟୁ

ବୁଝିଗଲେ ପାଠ

ସବୁ ସମାଧାନ ହେଲା 

ପାଠ କେମିତି ନ ହେବ ଭଲା I


କୁନା ସବୁ ଶୁଣି

ଶିକ୍ଷକ ଙ୍କ କଥା 

  ମନରେ ଶପଥ ନେଲା 

ଭଲ କି ଶୁଣିବ

ଭଲ କି ପଢ଼ିବ

  ଭଲ ଲେଖିବ ଭାବିଲା

ଅବୁଝା ବିଷୟ 

ପଚାରି ବୁଝିବ

ହୋଇବନି ଦୁଷ୍ଟ ପିଲା 

ପାଠ କେମିତି ନ ହେବ ଭଲା I


Rate this content
Log in