Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଉମା ଶଙ୍କର ମାଝୀ

Comedy Children

3  

ଉମା ଶଙ୍କର ମାଝୀ

Comedy Children

ଜହ୍ନର କାମିଜି (ହିନ୍ଦୀ ରୁ ଅନୁବାଦ)

ଜହ୍ନର କାମିଜି (ହିନ୍ଦୀ ରୁ ଅନୁବାଦ)

1 min
197



      (ଚାନ୍ଦ କି ଝିଙ୍ଗୋଲା)


ମୂଳ ହିନ୍ଦୀ କବିତା :- ରାମଧାରୀ ସିଂହ(ଦିନକର)


ଓଡ଼ିଆ ଅନୁବାଦ :- ଉମାଶଙ୍କର ମାଝୀ 


 ମାଆ କୁ ଚାହିଁ   ଜହ୍ନ କହଇ

    ମାଆ ମୋ କଥା ଶୁଣ

  ଆସିଲା ଶୀତ  ବଢୁଛି ଥଣ୍ଡା

    କରିବି ଏବେ କଣ I 0 I


  ମୋ ପାଇଁ ଗୋଟେ  ସିଲେଇ ଦିଅ

      ପଶମ ଢିଲା ପୋଷାକ

   ଥଣ୍ଡା ପବନ      ବହିଚାଲଇ

      ରାତିର ସମୟ ଯାକ l 1 I


    ଦେହରେ ବାଜି   ଥଣ୍ଡା ପବନ

        ଶରୀରେ ଲାଗେ କଷ୍ଟ

     ମୋହର ଯାତ୍ରା  କରେ ସମ୍ପୂର୍ଣ୍ଣ

        ନକରି ସମୟ ନଷ୍ଟ l 2 I


      ଆକାଶେ ଯାତ୍ରା  ଶୀତ ଋତୁରେ

          କଷ୍ଟଦାୟକ ଲାଗେ

      ଶୀତରେ ହୋଇ  ମୁଁ ଥରଥର

         ମୋ'କାମ କରେ ଆଗେ l 3 I


        ଶୁଣି କହନ୍ତି     ଜହ୍ନଙ୍କ ମାଆ

            ମୋ ପୁତ୍ର ! ମନୋହର !

        ସଦା କରୁଣା    ବରଷୁ ଥାନ୍ତୁ

           ଇଶ୍ୱର ତୁମ ଉପର l 4 I


        କାହା ନଜର    ତୁମ ଉପରେ

           ନପଡୁ କେବେ ତିଳେ

        ମୋ ସୁନାପୁଅ ହୋଇ ଖୁସିରେ  

            ରହତୁ ସବୁବେଳେ l 5 I


        ଥଣ୍ଡା କାରଣୁ  ଶୀତ ଲାଗିବା

           ଅଟଇ ସ୍ୱାଭାବିକ

        ଭୟ ଲାଗଇ   ମନ ମଧ୍ୟରେ

           ତୁମରି କଥା ଏକ  l 6 I


        କେଉଁ ମାପରେ ତୁମ ପୋଷାକ

           ସିଲେଇ ଟି କରାଯିବ

        ତୁମ ଆକାର  କେବେ ବଢୁଛି

           କେବେ ଛୋଟ ଦେଖାଯିବ l 7 I


         ଗୋଟିଏ ମାପ  ତୁମକୁ କେବେ

             ଦେଖି ମୁଁ କେବେ ନାହିଁ

         ଏକ ଆଙ୍ଗୁଳି   ଓସାର କେବେ

            ଏକଫୁଟ ମୋଟା ହୋଇ l 8 I


           କେଉଁଦିନରେ   ଅଧିକ ବଡ଼

              ନ ଦିଶ କେଉଁ ଦିନେ 

           ଏପରି ହେଲେ  କେଉଁ ଦିନର 

              ମାପନେବି ନ ଜାଣେ l 9 l


             ତଥାପି ଏବେ   ଭାବୁଛି ମନେ

                ପୋଷାକଟେ ସିଲେଇବି

             ପିନ୍ଧି ପାରିବ   ନିତି ଯାହାକୁ

                 ସେମିତି ମୁଁ ସଜେଇବି l


Rate this content
Log in