STORYMIRROR

SANJAYA KUMAR BEHERA

Comedy Others

3  

SANJAYA KUMAR BEHERA

Comedy Others

ଆଜିର ଶ୍ରୀ ରାମ

ଆଜିର ଶ୍ରୀ ରାମ

1 min
815

ତୁଇତ ବୁଝିଲୁ ମୁଁଇତ ବୁଝିଲି ଆଉ କେ ବୁଝିବ କହ !

ପୁଟୁପାଟ ହେବେ ଗାଁ ମାଇପେ ରେ ସହିକି ପାରିବ ଦେହ, 

କାଲି ସଂଧ୍ଯା ବେଳେ ଧୂବା ଧୂବୁଣୀ ରେ ଲାଗୁଥିଲେ ବାବୁ କଳି


"ସୀତା କୁ ରାବଣ ଚୋରୀ କରିନେଲା, 

ଚଉଦ ଦିବସ ପାଖରେ ରଖିଲା ।

ସୀତା ହୋଇଗଲେ ସତୀ, 

ନାନୀ ମୋ ନଥିଲେ ଭିଣୋଇ ମୋହର ବାଧ୍ଯ କଲେ ବୋଲି ,

ତାଙ୍କରି ସାଥିରେ ରହିଗଲି ଗୋଟେ ରାତି, 

କ'ଣ ହୋଇ କି ଗଲି ମୁଁ ଅସତୀଅସତୀ"


ସୀତା ଯଦି ସତୀ କହୁଅଛି ଆଜି

 କହରେ ଅଗ୍ନିରେ ପଶୁ ,

 ନହିଲେ ରେ ବାବୁ ଏସଭା ମଧ୍ୟରେ ବିଷପାନ କରି ଜୀବନ କୁ ତାର ନାଶୁ।

ଯଦି କିଛି କହେ ବନବାସ ଅବା ବାପଘର କୁ ତା'ଯାଉ, ସବୁଦିନ ପାଇଁ ଛାଡପତ୍ର ଦେବି, ଛାଡ଼ି ଯିବ ତାର ଭାଉ।

କାଲି ଉଷା କାଳେ ପୋଖରୀ ତୁଠରେ ଗାଧୋଇଲା ବେଳେ 

ଟୋକା ଟୋକି ଆଉ ବୁଢ଼ା ବୁଢୀଙ୍କର ପାଟି ନକହି ରେ

କହୁଥିଲା ଆଖି କଥା, ସେଇ କଥା ପରା ଅଶବ୍ଦର ସ୍ୱର ମୋପାଇଁ ମୁଣ୍ଡ ବ୍ୟଥା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy