STORYMIRROR

Keshab Chandra Dash

Comedy

3  

Keshab Chandra Dash

Comedy

ବନ୍ଧୁଙ୍କ ଗୁରୁଜ୍ଞାନ

ବନ୍ଧୁଙ୍କ ଗୁରୁଜ୍ଞାନ

1 min
199

ସହରର ଏକ ନାମୀଦାମୀ ଯେ ଡାକ୍ତର 

ଏକ ବିବାହ ଭୋଜିକୁ ଗଲେ ।

 ବ୍ୟସ୍ତତାବହୁଳ ଜୀବନରେ

କେବେ ସମୟ ମିଳୁନି 

ବହୁ ଦିନ ପରେ ସମୟ ପାଇଛି 

ଆଜି ଟିକେ ମନ ପ୍ରଫୁଲ୍ଲ ରଖିବି 

ଯାଉ ଯାଉ ଚିନ୍ତା କଲେ।


ବିବାହ ଭୋଜିରେ ଡାକ୍ତରଙ୍କୁ ଦେଖି

ରୋଗୀ ତାଙ୍କୁ ବେଢ଼ିଗଲେ  

ଖାଇବାର ଚିନ୍ତା ସର୍ବେ ଛାଡ଼ିଦେଇ

ଜଣ ଜଣ କରି ରୋଗ ବଖାଣିଲେ  

ଡାକ୍ତର ହେଲେ ଯେ ନିରାଶ  

ଫିସ ଦେବା କଥା କାହାର ଦେଖା ନାହିଁ 

ଅନିଚ୍ଛାସତ୍ତ୍ୱେ ସେ ରୋଗୀଙ୍କୁ ଦେଖିଲେ 

ମୁଫତରେ ସବୁ ପାଠ ସରିଗଲା 

ହେଲା ବାରବାଟି ଚାଷ ।


ଭାବିଲେ ଏକି ଦଶା ହେଲା ।

ମହରଗୁ ଯାଇ କାନ୍ତାରେ ପଡ଼ିଲି

କିଛି କାମ ଯେ ନ ଆସିଲା ।

ଶିଷ୍ଟାଚାର ପରି ଗୁଣଟି ଥିବାରୁ

ଭୋଜିରେ ରୋଗୀ ଦେଖା ହେଲା ।


ମିଳିଗଲେ ଓକିଲ ବନ୍ଧୁ ।

ରହ ବନ୍ଧୁ ଟିକେ ରହ  

ପଚାରିଲେ ସିଏ 

ବିନା ପଇସାର ରୋଗୀ 

କରୁଛନ୍ତି ଭିଡ଼ 

ଏଇଥିରୁ କିପରି ମିଳିବ ନିସ୍ତାର 

ମତେ ଟିକେ ବନ୍ଧୁ 

ଉପାୟଟି ନିଶ୍ଚେ କୁହ ?


କହିଲେ ବନ୍ଧୁ ଯେ  

ମୋ କଥାକୁ ମାନିଥିବ ।

ଯେତେ ରୋଗୀ ପଛେ 

ଆସନ୍ତୁ  ଯାଆନ୍ତୁ

ପରବାଏ ନାହିଁ 

କାହାକୁ ମନା ନ କରିବ ।

ସମସ୍ତଙ୍କୁ ସେବା ଦେବ ।

ମୁଫତ ରୋଗୀଙ୍କୁ

ତହିଁ ଆର ଦିନ 

ରୋଗୀ ଦେଖା ବିଲଟା  

ତାଙ୍କ ଘରକୁ ପଠାଇ ଦେବ ।


ମୁଫତ ରୋଗୀ ଯେ କମିବେ ।

ସକାଳୁ ସକାଳୁ ରୋଗୀ ଦେଖା ବିଲ୍

ଆଖିରେ ଦେଖିଲେ

ତାଙ୍କ ମୁଣ୍ଡ ଘୁରିଗଲେ  

ଆଉ କେବେ ତୁମ ଆଖେ ପାଖେ 

ସେ କେବେ ଦେଖା ନ ଯିବେ।


ବନ୍ଧୁ ଦେଲେ ମୁଫତରେ

ଡାକ୍ତରଙ୍କୁ ଗୁରୁଜ୍ଞାନ ।

ସତେ କି ମିଳିଲା ଆଜି

ନୂତନ ଜୀବନ ।

ଆସନ୍ତା କାଲିକି ବନ୍ଧୁଙ୍କ ଉପାୟ

କାମେ ଲଗାଇବି

ବେପାରେ ବଢିବ ଧନ ।


ଓକିଲ ବନ୍ଧୁଙ୍କ ଗୁରୁ ଜ୍ଞାନ ମାନି

ଡ଼ାକ୍ତର ବାବୁ ଯେ 

ଲାଗିଗଲେ ତାଙ୍କ କାମେ ।

ଏତିକିବେଳେ ଯେ ଚାକରଟା ତାଙ୍କ

ଡାକ ଯେ ଛାଡ଼ିଲା

ବାବୁ ବାବୁ ଶଦ୍ଦ

ପିଟିହେଲା ତାଙ୍କ କାନେ ।

କହିଲା ବାବୁ ହେ 

ଓକିଲ ବନ୍ଧୁଙ୍କର 

ପରାମର୍ଶ ଫିସ୍ ର ବିଲ୍ ଟା

ଆସି ଯେ ଯାଇଛି 

ଆପଣଙ୍କ ଠିକଣା ନାମେ ।

ମୁଣ୍ଡକୁ କୁଣ୍ଡାଇ ଭାବିଲେ ଡ଼ାକ୍ତର 

ଓକିଲ ବନ୍ଧୁଙ୍କ

କୃପାରୁ ଆଜି ମୁଁ

ଶିଖିଅଛି ବୁଦ୍ଧି ପାନେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy