Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Comedy Others

4.0  

Gyanendriya Dash

Comedy Others

ବିନ ବନ୍ଦନା

ବିନ ବନ୍ଦନା

1 min
209



ଆଜି ପରା ବିନୋଦିନୀ ପରବ ତୋର,

ଷ୍ଟୋର୍ ଛକେ ଘର ତୁମ ହୀରାକୁଦର ।

ନାୟକ ବାବୁଙ୍କ ଘରେ ରହୁଅଛ ଆରାମରେ

ପାଇଖାନା ଟିକେ ଖାଲି ରହିଛି ଦୂର ।।

ବଡ଼ଝିଅ ବିଜୟିତା ନାମ ତାହାର,

ପାଠ ପଢୁଅଛି ସିଏ ଶିଶୁ ମନ୍ଦିର ।

ପ୍ରଥମ ଶ୍ରେଣୀରେ ପଢ଼େ ସନ୍ତୁଘର ଗଛ ଚଢ଼େ

ଦୁଷ୍ଟାମି ଟା ଖାଲି ଅଟେ ତା' କାରବାର ।।

ସୁଚରିତା ନାମ ଆମ ସାନ ଝିଅର,

ସମସ୍ତଙ୍କୁ କହେ ସେତ ଟମି କୁକୁର ।

ନବୀନ ବାପା ତାହାର ଗେହ୍ଲା ସତ୍ୟବତୀ ମା'ର

ରହିଥାଏ ସେଠି ସିଏ ଦିନ ଯାକର ।।

ତୁମେ ବିନୋଦିନୀ ଅଟ ଅତି ନିଜର,

ତୁମପାଇଁ ଯିବି ଆଜି ନିଶ୍ଚେ ବଜାର ।

ସୁନା ଚୁଡ଼ି ଆଣିଦେବି କାନ ଝୁମୁକା ଆଣିବି

ଆଣିଦେବି ଲିପଷ୍ଟିକ୍ ଆଉ ସିଙ୍ଗାର ।।

ଚାହା ଦେଉଥିବ ମୋତେ ଥରକୁ ଥର,

ପାଣି ଦେଉଥିବ ମୋତେ ହଜାର ବାର ।

ପତିଭକ୍ତି ସଦା ଥାଉ ସୁଖେ ଦିନ ଗଡ଼ିଯାଉ

କଥା ମାନୁଥିବ ତୁମେ କେତେ ସୁନ୍ଦର ।।

ଚାଲୁଥିଲେ ଦୃଷ୍ଟି ପଡ଼ୁ ସମସ୍ତଙ୍କର,

ଯୋଡ଼ି ଆମ ଦିଶୁଥିବ କେଡ଼େ ସୁନ୍ଦର ।

ବିନୋଦିନୀ ବିନ ବିନ ଭଜୁଥିବି ସବୁଦିନ

ଜନ୍ମଦିନ ଭେଟି ଏବେ ଘେନ ମୋହର ।

ଆଜିପରା ବିନୋଦିନୀ ପରବ ତୋର ।

ଆଜିପରା ବିନୋଦିନୀ ପରବ ତୋର ।

     


Rate this content
Log in

Similar oriya poem from Comedy