STORYMIRROR

Saphala Das

Comedy Others Children

3  

Saphala Das

Comedy Others Children

ଶୀତୁଆ ସଞ୍ଜ

ଶୀତୁଆ ସଞ୍ଜ

1 min
184


ଶୀତୁଆ ସଞ୍ଜ ରେ ମନେ ପଡିଯାଏ

 ଗାଁ ଚୁଲି ମୁଣ୍ଡେ ଜେଜୀ

ଗରମ ଗରମ ନାଲି ଚାହା ସଂଗେ 

   ମୁଢ଼ି ଦେଇଥିବ ଭାଜି ।।


ଜେଜେ କହୁଥିବେ ଅନିଆ ମାଲୋ 

   ବାଦାମ ଦିଟା ଭାଜ 

ଚାହା ସରିଯିବ ପାଟି ଖୋଜୁଥିବ 

  ମୁଢ଼ି ରେ ଖଣ୍ଡେ ପିଆଜ ।।


ପାରିବକି ଯଦି ଫୁଲ କୋବି ଟିକେ 

  ହୁଅନ୍ତା ବେସନ ଛଣା 

ତମ ହାତ ବାସେ ମହ ମହ ହୋଇ 

  ବଜାରୁ ନହେବ କିଣା ।


ମୂରୁକି ହସଟି ଜେଜୀ ହସୁଥିବୁ 

    କୋଳରେ ଆମକୁ ପୁରେଇ 

ଗୋଡ ସେକୁ ଥିବ ନିଆଁ ର ଧାସ୍ ରେ

    କହେ ବସୁଥାଆ ଦୂରେଇ ।।


ପାଠ ପଢିବାକୁ ବୋଉ ଡାକ ଛାଡେ 

   ପଢିବାକୁ ଇଛା ନାହିଁ 

ଜେଜେ କହୁଥିବେ ନପଢିଲେ ପାଠ 

    ଛାଟ ବାଜିଯିବ ଚାଇଁ ।।


ଜେଜୀ କହେ କୋଉ ଓକିଲ ହୋଇବ 

   ନପଢିଲେ କିସ ହେବ 

ମାଇକିନା ଝିଅ ରନ୍ଧା ବଢା ଶିଖୁ

  ଶାଶୁ ଘର ଚାଲିଯିବ ।।


ମନେ ପଡି ଗଲେ ପିଲାଦିନ କଥା 

   ଶୀତ ସଞ୍ଜ ଗଲେ ନଇଁ

ଜେଜୀ ପିନ୍ଧା କାନି କେତେ ଯେ ଆଦର 

  ଖୋଜିଲେ ମିଳିବ କାହିଁ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy