ଜଙ୍ଗଲ କଟା
ଜଙ୍ଗଲ କଟା
କୁନି ଝିଅଟି ଉଠି ଝଅଟି
ଚାଲିଲା ବୁଲିବାକୁ
କଅଁଳ ଖରା ଦେହକୁ ପରା
ଦିଏ ଭିଟାମିନ୍ ଘ ଆମକୁ ।
ମନ ଖୁସିରେ ନାଚି ମଜାରେ
ବାଟରେ ଗଲା ବେଳେ
ଦେଖିଲା କୁନି ପକ୍ଷୀ ସାବକ
ପଡିଛି ଡଷ୍ଟବିନିରେ ।
ପାଖକୁ ଗଲା ଆଉଁସି ଦେଲା
ଦେହକୁ ତାର କେତେ
ଶୀତରେ ଥରେ ନକହି ପାରେ
ମନକଥା ଟି ସତେ ।
ଧାଇଁ ଆସିଲା ଉଡି ଉଡିକା
ଲୋଟଣୀ ପାରା ପାଶେ
କହିଲା ଝିଅ ମଣିଷ ଭାଇ
ଜୀବନ ଆମ ନାଶେ ।
ଗଛ କାଟିଲା ବସା ନହେଲା
ଲୁଚିଲୁ ଏଣେତେଣେ
କୁନି ସାବକ ମାଆଟି ତାର
ବସା ନ କରେ ବଣେ ।
ଜଗାଇ ଦେଇକହିଛି ଭାଇ
ନଜର ଟିକେ ରଖ
ଆସିଲେ କିଏ ଡାକିବ ମୋତେ
ନଯିବେ ପିଲା ପାଖ ।
ଅଳିଆ ଡବା ରାତିରେ ଏହି
ପିଲାଙ୍କ ପାଇଁ ବସା
କୁନି ଝିଅଟି ମାମୁନୀ ଆମ
ମନେ ଆଣିଲା ରୁଷା ।
କହିଲା ଆଜି ସାଙ୍ଗ ମାନଙ୍କୁ
ଏକାଠି ସବୁ ହୋଇ
ଜଙ୍ଗଲସଫା ନହେବ ଆମ
କଥା ଦେଉଛି ମୁହିଁ ।
ଦେଖି ଲ ପିଲା ମାମୁନୀ ଆମ
କେଡେ ସୁନ୍ଦର ପିଲା
କୁନି ସାବକ ମୁହରେ ହସ
ତାହାରି ପାଇଁ ଥିଲା।