STORYMIRROR

Aparti Charan Sethi

Comedy

3  

Aparti Charan Sethi

Comedy

କର୍ମ‌ ପରୀକ୍ଷା

କର୍ମ‌ ପରୀକ୍ଷା

1 min
137


ନିର୍ବାଚନ ନୁହେଁ ଭାଗ୍ୟର ପରୀକ୍ଷା

   କରମ‌ ପରୀକ୍ଷା ଏହି,

ତ୍ୟାଗ ସେବା ଶିକ୍ଷା ଅଧ୍ୟୟନ ବଳେ

   ଉତ୍ତୀର୍ଣ୍ଣ ହୋଇବ ଭାଇ।


ନୋମିନେସର ଫର୍ମ ପୂରଣରେ

   ପରୀକ୍ଷାର୍ଥୀ ହୋଇଗଲେ,

ଭଲ ନମ୍ବର କି ମିଳିବ ତୁମକୁ

   ଲୋକ ସମ୍ପର୍କ ନ ଥିଲେ ?


ନିର୍ବାଚନ ଏକ ଏମିତି ପରୀକ୍ଷା

   ସମ୍ପର୍କର ପ୍ରଶ୍ନ ପଡ଼େ,

ଲୋକ ପ୍ରିୟତାର ପ୍ରତିବଦଳରେ

    ଭଲ ରେଜଲ୍ଟଟି ମିଳେ।


ପୂର୍ବରୁ ଯଦିବା କାହା ଦୁଃଖେ ସୁଖେ

    ଭାଗିଦାର ହୋଇନାହଁ,

ନିର୍ବାଚନ ମ‌ଇଦାନେ କାହିଁ ଭାଇ

    ଦେଖାଉଛ ତୁମ ମୁହଁ ?


ଭାଗ୍ୟ ନିର୍ଦ୍ଧାରଣ ହୋଇଥାଏ ଏଠି

    ହୃଦୟକୁ ଜିଣିଥିଲେ,

ହାତଗୁଞ୍ଜା ଦେଇ କାହାମନ କ'ଣ

    କିବା କିଣାଯାଇ ପାରେ ?


ନିର୍ବାଚନ ବେଳେ ସବୁ ପ୍ରାର୍ଥୀ ଏଠି

    ରାମଚନ୍ଦ୍ର ହୋଇଯାନ୍ତି,

କିନ୍ତୁ ବର୍ତ୍ତମାନ ତାଙ୍କ ଇତିହାସ

     ପଢିବା ଜରୁରୀ ଅଛି ।


କପିକରି ପାଶ୍ କରିଯିବ‌ ଯିଏ

    ତାର କେଉଁ ଜ୍ଞାନ ଥିବ,

କେବଳ ମୁରୂଖ‌ ପଣେ ଦେଶଟାକୁ

    ନିଶ୍ଚୟ ଖୋଳ କରିବ।


ତେଣୁ ନିର୍ବାଚନ ପୁଣ୍ୟ ସଂସ୍କରଣ

    ନାଗରୀକ ଅଧିକାର,

ଅପାତ୍ରରେ ମତ ସାବ୍ୟସ୍ତ କରିବା

    ନୁହେଁ ପ୍ରକୃତ ବିଚାର।


ନେବା ମନ ନେଇ ସେବା ଦ୍ଵାହୀଦେଇ

    ପ୍ରାର୍ଥୀ ଭୁଆଁ ବୁଲେଇବେ,

ଯଦି ଭୋଟରଟି‌ ବିଚାର କରିବେ

     ଠିକ୍ ନେତା ବଛା ହେବେ।


ଭାଗ୍ୟ ନିର୍ଦ୍ଧାରଣ ନୁହେଁ ନିର୍ବାଚନ

     କର୍ମଫଳ ଜାଣିରଖ‌,

ଯିଏ ଯେଉଁ ଭଳି କର୍ମ କରିଥିବ

     ମିଳେ ସେଭଳି ରେଜଲ୍ଟ।


ନିର୍ବାଚନ କେନ୍ଦ୍ରେ‌ ପ୍ରାର୍ଥୀ ପରିକ୍ଷାର୍ଥୀ

     ଭୋଟରଟି ପରୀକ୍ଷକ,

ସମ୍ପୂର୍ଣ୍ଣ ପରୀକ୍ଷା କଣ୍ଟ୍ରୋଲ କରନ୍ତି

     ପ୍ରଭୁ ହୋଇ ନିରୀକ୍ଷକ।


ନ୍ୟାୟ ଯୁଦ୍ଧ ଏହି ଧର୍ମ କୁରୁକ୍ଷେତ୍ରେ

      ପ୍ରଭୁ ଅଟନ୍ତି ସାରଥୀ,

ଅଧର୍ମ କୌରବ ନିଶ୍ଚେ ନାଶହେବେ

      ଧର୍ମ ରକ୍ଷା ହେବ ଏଠି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy