STORYMIRROR

Basanta Mishra

Comedy Romance

3  

Basanta Mishra

Comedy Romance

ଭାଲେଣ୍ଟାଇନ୍ ଡେ

ଭାଲେଣ୍ଟାଇନ୍ ଡେ

1 min
177


ରୋଜ୍ ଡେ ରେ ରୋଜ୍ ଦେଲି ଗୋରୀ

ଟେଡି ଡେ ରେ ଟେଡି

ତୁ ମେଣ୍ଢାବାଳ ମୁଁ ଜଡାତେଲ

ଜମିଗଲା ଆମ ଯୋଡି।୧ା

ଚକୋଲେଟ୍ ଡେ ରେ ଚକୋଲେଟ୍ ଦେଲି

କିସ୍ ଡେ ରେ କିସ୍

ଭାଲେଣ୍ଟାଇନ୍ ଡେ ରେ ରିଙ୍ଗ ପିନ୍ଧାଇଲି

କରିନାହିଁ ଜମା ମିସ୍।୨ା

ପ୍ରପୋଜ୍ ଡେ ରେ ପ୍ରପୋଜ୍ କରିଲି

ଦେଲୁ ତୁ ମୁରୁକି ହସି

ମନଟା ମୋହର କୁତୁକୁତୁ ହେଲା

ଭାବିଲି ଗଲୁ ତୁ ଫସି।୩ା

ହଗ୍ ଡେ ରେ ଗୋରୀ ଯେବେ ତତେ

ହଗ୍ କରିଲି ଭିଡି

ଛାଟିପିଟି ହୋଇ ଛାଡିଲୁ କାହିଁକି

କିଳିକିଳା ଭୀମରଡି।୪ା

ଡାହାଳ କୁକୁର ତୋର ବାପାଭାଇ

ଠେଙ୍ଗା ଧରି ଆସି ମାଡି

ଧୁସ୍ ଧାସ୍ କରି ପିଠି ପରେ ମୋର

ଘଷି ଫଡା ଦେଲେ ତାଡି।୫ା

ଶହେ ଆଠ ଡିଗ୍ରୀ ପ୍ରେମ ଜର ମୋର

ମାଇନସ୍ ଜିରୋ ହେଲା

ଅର୍ଥନାଶ ସଙ୍ଗେ ମନସ୍ତାପ ସାର

ମଥା ମୋ ବିଗିଡି ଗଲା।୬ା

କହିଲି ଫୁଲେଇ ଗୋଡ ଧରି ମୋର

ଯଦି ନ ଆସିବୁ ଘର

ଫାଶି ଦେବି ଯାଇ ତୋହରି ଦୁଆରେ

ଥରେ ନୁହେଁ ବାରବାର।୭ା

ତୋ ବାପାଭାଇଙ୍କୁ ଜେଏଲ୍ ରେ ପୂରାଇ

ଚକି ପେଷେଇବି ମୁହିଁ

ଘଣା ପେଲୁଥିବୁ ତୁ ବି ସେଠାରେ

ଆଖି ଲୁହ ଓଠେ ପିଇ।୮ା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy