STORYMIRROR

Basanta Mishra

Romance

3  

Basanta Mishra

Romance

ଯେତେ ପଖାଳିଲେ ଲୁହର ନଈରେ

ଯେତେ ପଖାଳିଲେ ଲୁହର ନଈରେ

1 min
184

   


ଯେତେ ପଖାଳିଲେ ଲୁହର ନଈରେ

ସେତେ ହୁଏ ଝଲମଲ

ଧୂଳିଖେଳେ ମୋର ମଥାରେ ବିନ୍ଦୁଏ

ସିନ୍ଦୂର ଯା ଦେଇଥିଲ।୦ା

ପାସୋରିଲ କେଉଁ ମୋହିନୀ ମାୟାରେ

ଝୁରେ ଅତୀତକୁ ପ୍ରୀତି ଗୀତି ସୁରେ

ପାଲଟିଛି ମୋର ସ୍ମୃତି ଗନ୍ତାଘରେ

ସାଇତା ସେ ହୀରାଫୁଲ।

ଯେତେ ପଖାଳିଲେ ଲୁହର ନଈରେ

ସେତେ ହୁଏ ଝଲମଲ।୧ା

ଆସେ ଯାଏ ଶୀତ ନିଦାଘ ଫଗୁଣ

ସବୁ ଋତୁ ଏବେ ମୋ ପାଇଁ ଶ୍ରାବଣ

କାଳ ସାଜି ଆଜି ପିଲାଦିନ ଖେଳ

ମାଗୁଛି ଜୀବନ ମୂଲ।

ଯେତେ ପଖାଳିଲେ ଲୁହର ନଈରେ

ସେତେ ହୁଏ ଝଲମଲ।୨ା

ଏ ପାଖରେ ଗୋପ ସେ ପାଖେ ମଥୁରା

ମଝିରେ ଲୋତକ ଯମୁନାର ଧାରା

ମନ ବିବେକର କଳିରେ ମୁଁ ଆଜି

ହୁଏ ଯାହା କଲବଲ।

ଯେତେ ପଖାଳିଲେ ଲୁହର ନଈରେ

ସେତେ ହୁଏ ଝଲମଲ।୩ା


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance