STORYMIRROR

Basanta Mishra

Tragedy

3  

Basanta Mishra

Tragedy

ଭାବ କିଣାବିକା

ଭାବ କିଣାବିକା

1 min
209


ଭାବ କିଣାବିକା କରି ଗଲ ଫେରି

ପୀରତି ବଣିକ ମୋର

ତାରା ଗଣି ନିତି ନିଶିକୁ ସଜାଏ

ମିଠା ମିଠା ସପନର।୦ା

ମନର କୋରକ ମୁକୁଳିତ କରି

ମଧୁପ ସାଜିକି କଲ ମଧୁ ଚୋରି

ସଅଳ ଫେରିବ ଗଲ କଥା ଦେଇ

କେତେ ଦିନ କେତେ ରାତି ଗଲା ପାହି

କେଉଁ ମାୟାବିନି କଲା କି କୁହୁକ

ରହିଗଲ ପାଶେ ତାର।

ଭାବ କିଣାବିକା କରି ଗଲ ଫେରି

ପୀରତି ବଣିକ ମୋର।୧ା

ଜିବନ ଯମୁନା ଢେଉ ଗଣୁଅଛି

କେତେ ଯେ ବୋଇତ ଆସି ଫେରୁଅଛି

କିଏ କରୁଅଛି ହୀରାନୀଳା ମୁଲ

କିଛି ନୁହେଁ ତୁମ ପୀରତିର ତୁଲ

ଅବଶ ଆଖିରେ ଆଶା ସଜେଇଛି

ତୁମ ଫେରା ବୋଇତର।

ଭାବ କିଣାବିକା କରି ଗଲ ଫେରି

ପୀରତି ବଣିକ ମୋର।୨ା



 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy