STORYMIRROR

Basanta Mishra

Romance

3  

Basanta Mishra

Romance

ସ୍ମୃତି

ସ୍ମୃତି

1 min
164

          


ସ୍ମୃତି ହୁଏ ନାହିଁ ଫିଙ୍ଗି

ଯେତେ ଟିକି ଟିକି କରିଦେଲେ ସିଏ

ମନ ଆଇନାକୁ ଭାଙ୍ଗି।୦ା


କଣ୍ଢେଇ ଖେଳରୁ କଇଁ ସରୋବର

କୁଆଁର ବଉଳବେଣି

ସୋରିଷିଆ ଖରା, ଗୋଧୂଳି ବଇଁଶୀ

ହୁକେ ହୋ, ଚିରଗୁଣୀ

କେନ୍ଦରାର କୁଉଁ, ଶଗଡର କେଏଁ

ତାଳ, ତମାାଳ, ନାରଙ୍ଗି।

ସ୍ମୃତି ହୁଏ ନାହିଁ ଫିଙ୍ଗି ......।୧ା


ଶିଶିର ପାଉଁଜି ପିନ୍ଧା ଧାନକ୍ଷେତ

ଅଗଣାରେ ଲକ୍ଷ୍ମୀପାଦ

ତୋଟା ନଈଧାରେ ସଞ୍ଜୁଆ ପବନ

ମନ୍ଦିରର ଘଣ୍ଟନାଦ

ସମୟ ସୁଅରେ ଖେଳନା ପରାଏ

ଏ ଜୀବନ ହୁଲିଡଙ୍ଗି।

ସ୍ମୃତି ହୁଏ ନାହିଁ ଫିଙ୍ଗି ....।୨ା


ଦରୋଟି ଅଝଟ, ଉଦ୍ଦାମ ଷୋହଳ 

ଯଉବନ ମତୁଆଲା

ଶରତର ହସ ଶିରାବଣ ଲୁହ

ଫଗୁଣର ଫଗୁଡାଲା

ଚାଉଳ ଆଞ୍ଜୁଳେ ହୁକୁମଧାବ ଲୋ

ହରିନିଏ ସାଥୀ, ସଙ୍ଗୀ।

ସ୍ମୃତି ହୁଏ ନାହିଁ ଫିଙ୍ଗି .....।୩ା


       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance