ତିନି ପଣିକିଆ
ତିନି ପଣିକିଆ
ତିନି ଏକେ ତିନି
ପିଲେ ଧର ଗିନି |
ତିନି ଦୁଣେ ଛଅ
ଜଣେ ଗୀତ ଗାଅ |
ତିନି ତିରିକି ନଅ
ଚାଲ ଧରିବା ଜହ୍ନ |
ତିନି ଚଉକୋ ବାର
ପିଲାଏ ଶୁଣ ସ୍ୱର |
ତିନି ପଞ୍ଚା ପନ୍ଦର
ରାମ ଏକ ନମ୍ବର |
ତିନି ଛଅକୋ ଅଠର
ଶ୍ୱାନ ଅତି ଚତୁର |
ତିନି ସାତେ ଏକୋଇଶି
କୁହ ସବୁ ସ୍ୱସାହସୀ |
ତିନି ଅଷ୍ଟା ଚବିଶି
ଆମେ ଅଟୁ ଚାଳିଶି |
ତିନି ନୂଆ ସତେଇଶି
ବସି ଖାଇବା ଇଲିସି |
ତିନି ଦଶା ତିରିଶି
ପିଲେ ଖୋଲ ବତିଶି ||
