STORYMIRROR

Mahesweta Panigrahi

Comedy

3  

Mahesweta Panigrahi

Comedy

ପ୍ରେମ ସପ୍ତାହ

ପ୍ରେମ ସପ୍ତାହ

1 min
242


ଜାଣିବି ସତରେ କେମିତି ଏ କଥା

ତୁମେ ତ କେବେ ନ କୁହ,

ପ୍ରେମ ସପ୍ତାହଟି ସରି ଆସିଲାଣି

ଉପହାରଟେ ନ ଦିଅ।

ଚାହିଁ ବସିଥିଲି ବାଟକୁ ତୁମର

ଗୋଲାପଟେ ଧରି ହାତେ,

ଦେଖିଲି ଫୋଟରେ ଦେଉଛ ଗୋଲାପ

ଅଛ ପୁଣି କାହା ସାଥେ।

ଭାବିଲି ପ୍ରୋପୋଜ୍ କରିପାର କାଳେ

ଆଜି ନ ହେଲେ ତ କାଲି,

ଦିନ ସରିଗଲା ବେଳ ବୁଡିଗଲା

ଆଶା ରହିଗଲା ଖାଲି।

ପସନ୍ଦ ତ ମୋର ଚୋକଲେଟ୍ ଭାରି

ଆଣି ଦେଲ ନାହିଁ ଜମା,

ଟେଡି ଫେଡି ମୋର ଲୋଡା ନାହିଁ ଆଉ

ଫୁଲଷ୍ଟପ୍ ନୁହେଁ କମା।

ପ୍ରୋମିଜ୍ ତୁମର ଶହେ ଶତକଡ଼ା

କେବଳ ମିଛ ହିଁ ମିଛ,

ହଗ୍ ଡେ ଆଉ କଅଣ ପାଳିବା

ଜୀବନଟା ହେଲା ତୁଚ୍ଛ।

ଆଉ ଯାହା ଥାଉ କିସ୍ ଭାଲେନଟାଇନ

ତୁମେ ତ ଗଲଣି ଭୁଲି,

ଆହା କି ସୁନ୍ଦର ପ୍ରେମ ସପ୍ତାହଟା

 ଧୀରେ ଧୀରେ ଗଲା ଚାଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy