STORYMIRROR

LALIT MOHAN DASH

Comedy Romance Classics

4  

LALIT MOHAN DASH

Comedy Romance Classics

ସାଥୀ ଗୋ ଆସ ମୋ ଫେରି

ସାଥୀ ଗୋ ଆସ ମୋ ଫେରି

1 min
258


ସହି ହେଉନାହିଁ ଶରୀର ଉଷ୍ମତା

ସାଥୀ ଗୋ ଆସ ମୋ ଫେରି

ତନୁରେ ମୋହର ସିଞ୍ଚି ଦିଅ ତୁମେ

ପ୍ରେମର ପୀୟୁଷ ବାରି

ନାଚୁଥିବ ମୋର ମନ ମୟୂରୀଟି

ପୁଚ୍ଛ ଖୋଲି ଥିରି ଥିରି 

ସହି ହେଉନାହିଁ ଶରୀର ଉଷ୍ମତା 

ସାଥୀ ଗୋ ଆସ ମୋ ଫେରି ।


ଆଜି ଏହି ରାତ୍ର ମଧୁ ଲଗନରେ,

କରୁଅଛ କାହିଁ ଡେରି

ମନ ପୀପାସାକୁ ଯେତେ ଚାହିଁଲେ ବି

ପାରୁ ନାହିଁ ଦୂର କରି

ଗୋଲାପ ପୁଷ୍ପରୁ ସୁଧା ପାନ କରି

ମନ ମୋର ଯିବ ଭରି

ସହି ହେଉନାହିଁ ଶରୀର ଉଷ୍ମତା

ସାଥୀ ଗୋ ଆସ ମୋ ଫେରି ।


ବସନ୍ତର ମୃଦୁ ମଳୟ ସ୍ପର୍ଶରେ

ତନୁ ମୋ ଯାଏ ଶିହରୀ 

ଗୋଲାପି ଓଠର ମିଠା ଚୁମ୍ବନକୁ

ପ୍ରତୀକ୍ଷା ରହିଛି କରି

ଲାଜେଇ ଲାଜେଇ ଚାହିଁଦେଲେ ତମେ

ସତେ ଯିବି ମୁହିଁ ମରି

ସହି ହେଉନାହିଁ ଶରୀର ଉଷ୍ମତା

ସାଥୀ ଗୋ ଆସ ମୋ ଫେରି ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy