ପଶୁ ବାହାଘର
ପଶୁ ବାହାଘର
ବାହାଘର ଜାତ ବନେ ଅନୁଷ୍ଠିତ
ହେଉଛି ଆଜି ସନ୍ଧ୍ୟା ରେ
ନାନ ପଶୁ ପକ୍ଷୀ ଆନନ୍ଦ ରେ ମାତି
ରୁଣ୍ଡ ସର୍ବେ ଏକ ଠାବରେ ।
ପଶୁ ଙ୍କ ହେଣ୍ଟାଳ ସୃଜେ କୋଳାହଳ
ବାଜଇ ନାନା ବାଇଦ
ବିବାହ ଉତ୍ସବ ହେବ ଅନୁଷ୍ଠିତ
ସର୍ବେ ଅପାର ଆନନ୍ଦ ।
ନାଚି ଧେଇ ଧେଇ ତାଥେଇ ତା ଥେଇ
ଗାଆନ୍ତି ମଧୁର ଗୀତ
ତୂରୀ ଭେରୀ , ଶଙ୍ଖ ଜନ୍ମାଏ ଆତଙ୍କ
ଦେଖି ଲାଗେ ଆଚମ୍ବିତ ।
ନାନା ଭୋଜି ଭାତ ହୁଏ ଆୟୋଜିତ
ଉତ୍ସବେ ସଭିଏଁ ମତ୍ତ
ବର କନ୍ୟା ସଜ କରନ୍ତି ପଶୁ ଏ
ପକ୍ଷୀ ଏ କୁଜନେ ରତ ।
ଭାଲୁ ନନା ସାଥେ ଭାଲୁଣି ନାନୀ ର
ବିବାହ କରିବା ପାଇଁ
ଆନନ୍ଦ ମନ ରେ ପଶୁ ପକ୍ଷୀ ମାନେ
ଦିନ ସାରା ଛନ୍ତି ଚାହିଁ ।

