STORYMIRROR

Kiranbala Rath

Comedy

4  

Kiranbala Rath

Comedy

ଫେସବୁକ୍ ପ୍ରେମ

ଫେସବୁକ୍ ପ୍ରେମ

1 min
281

ସୁନ୍ଦରୀ ଝିଅର ଆଇଡି କୁ ଦେଖି

ଫ୍ରେଣ୍ଡ୍ ରିକୁଏଷ୍ଟ୍ ପଠାଇଲି

ରିକୁଏଷ୍ଟ ମୋର ଗ୍ରହଣ କରିଲା

ଫ୍ରେଣ୍ଡ୍ ତା'ର ବନିଗଲି ।


ଦିନ ରାତି କେତେ ଚାର୍ଟିଙ୍ଗ୍ କରିଲି

କହିଲା ମଧୁର କଥା

କଥା ଟି ତାହାର ଦିନେ ନ ଶୁଣିଲେ

ଘୂରି ଯାଉଥିଲା ମଥା ।


ମିଠା ମିଠା କଥା କହି କରି

କିଣିନେଲା ମୋର ମନ

ମୋବାଇଲ୍ ରେ ତା'ର ପଇସା ପକେଇ

ସରିଗଲା ମୋର ଦିନ ।


ମନ ଟା ମୋର ବୋଲ ମାନୁ ନାହିଁ

ତୁମକୁ ଦେଖିବା ପାଇଁ

କେଉଁଠି ତୁମେ ଦେଖା ହେବ କୁହ ... ?

ସେଠାକୁ ଯିବି ପଳାଇ ।


ଖଣ୍ଡଗିରିରେ ମୁଁ ଛିଡ଼ା ହୋଇଅଛି

ସେଇଠିକି ଏବେ ଆସ

ପାଞ୍ଚ ମିନିଟ୍ ରେ ପହଞ୍ଚିବି ମୁହିଁ

ବୁଲିଯିବା ସରକସ୍।


ଜାଣି ପାରିଲିନି କଲ୍ କରିଲି

କେଉଁଠି ତୁମେ ମୋର ଜାନୁ

ନିଜ ଡ୍ରେସ୍ ପିନ୍ଧି ଛିଡ଼ା ହୋଇଅଛି

ଜାଣିକି ପାରୁନ ଗୁନୁ।


ପଛରୁ ଦେଖିଲି ଷୋହଳ ସତର

ଆଗରୁ ସତୁରି ଅଶୀ

ନୀଳ ଡ୍ରେସ୍ ପିନ୍ଧି ଛିଡ଼ା ହୋଇଥିଲା

ଏପରି ଜଣେ ରୂପସୀ।


ତା'କୁ ଦେଖି ଏବେ ପ୍ରେମ କରିବାର

ନିଶାଟା ଗଲା ଉତୁରି

ଫେସବୁକ୍ ରେ ଯାହା ସହ ପ୍ରେମ କରୁଥିଲି

ବୟସଟା ତା'ର ସତୁରି.... ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy