Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Comedy Others

4  

Arjuni charan Behera

Comedy Others

ପଖାଳ ପୁରାଣ (ବ୍ୟଙ୍ଗ କବିତା)

ପଖାଳ ପୁରାଣ (ବ୍ୟଙ୍ଗ କବିତା)

1 min
421


    

ପଖାଳ ଦିବସେ ଶୁଣ ପଖାଳ ପୁରାଣ l

ପଖାଳ ଖାଇ ହୋଇବ ବଡ଼ ବଳବାନ ll

ପଖାଳ ଖାଇଲେ ଯେଣୁ କୁନ୍ତି ନନ୍ଦନ l

ଭୂଜା ଉପାଡ଼ିଲେ ଧରି ଦୁଷ୍ଟ ଦୁଃଶାସନ ll

ବିଦୁରଙ୍କ ଭକ୍ତିଭାବେ ହୋଇଣ ବାଉଳା l

ଶାଗ ପଖାଳ ଭକ୍ଷିଲେ ଅର୍ଜୁନଙ୍କ ଶଳା ll

ବିଜେକରି ପ୍ରଭୁ ପୁଣି ପୂଣ୍ୟ ନୀଳାଚଳ l

ମାଗି ଖାଇଥାନ୍ତି ସବୁ ଓଡ଼ିଆ ପଖାଳ ll

ପଖାଳ ଖାଇ ଅଞ୍ଜନୀ ମାରୁତି ନିଶଙ୍କା l

ସିନ୍ଧୁ ଲଙ୍ଘି ଭସ୍ମକଲେ ସ୍ଵର୍ଣ୍ଣମୟୀ ଲଙ୍କା ll

ପଖାଳ ମହିମା କେହୁ ବର୍ଣ୍ଣନେ ସମର୍ଥ l

ବର୍ଣ୍ଣନା କରି ଲେଖିଲି କେଇ ପଦ ଗୀତ ll

ପ୍ରଭୁଙ୍କର ନାମ ନେଲି ହେଲି ଅପରାଧୀ l

ଦୋଷ ଘେନା ନକରିବ ସୋଦର ସମୁଦି ll

ଗରିବର ସାଥୀ ମୋର ଆମ୍ବିଳା ପଖାଳ l

ଗରିବ ବନ୍ଧୁଙ୍କ ସଙ୍ଗେ କି କରିବି ଗୋଳ ll

ବସନ୍ତ ଟଳିଲା ଏବେ ବହିଲାଣି ଝାଞ୍ଜି l

ପଖାଳ ତୋରାଣି ଭାଇ କରିଥିବ ପୁଞ୍ଜି ll

ଥଣ୍ଡା ଥିବ ଲଣ୍ଡା ମୁଣ୍ଡ ଦେହ ସୁସ୍ଥ ରହି l

ଭଣ୍ଡା ଭଣ୍ଡି କଥା ମୁହିଁ ଜମା କହୁନାହିଁ ll

              


Rate this content
Log in

Similar oriya poem from Comedy