Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

LALIT MOHAN DASH

Comedy Classics Fantasy

4  

LALIT MOHAN DASH

Comedy Classics Fantasy

ଅନ୍ଧଙ୍କ ହସ୍ତୀ ଦର୍ଶନ

ଅନ୍ଧଙ୍କ ହସ୍ତୀ ଦର୍ଶନ

1 min
391



ଏକ ଗ୍ରାମେ ଥିଲେ ଷଢ଼ ଜନ୍ମାନ୍ଧ ସଙ୍ଗାତ

ଖଞ୍ଜଣି ଖଞ୍ଜେ ଗାଆନ୍ତି ବିଭୂଙ୍କ ସଙ୍ଗୀତ l


ଏକଦିନେ ତାଙ୍କ ମଧ୍ୟେ କଥାଗୋଟେ ପଡ଼ି

ଏକକୁ ଆରେକ ହେଲେ ସର୍ବେ ହୁଡ଼ାହୁଡ଼ି l


ସର୍ବେ ଜାଣ ହାତୀଚଢ଼ି ଯାନ୍ତି ଆମ ରାଜା

ବାଣରୋଷଣୀ ସହିତେ ବାଜୁଥାଇ ବାଜା l


ହାତୀଟି କେମନ୍ତ ପ୍ରାଣୀ ଜାଣିଛ କି ଭାଇ

ଜାଣିଥିଲେ ଭାଇ ଟିକେ ଦେବଟି ବୁଝାଇ l


ଏମନ୍ତେ ସମୟେ ଆସି ସ୍ଵୟଂ ଐରାବତ

ସରଗ ରାଜ୍ୟରୁ ସେଠି ହେଲା ଉପସ୍ଥିତ l


ଐରାବତ ଡାକେ ଆସ ଆସ ଭାଇମାନେ

ହାତୀ ଦେଖିବ ମୁଁ ଉପସ୍ଥିତ ଏହି ସ୍ଥାନେ l


ଅନ୍ଧ ମାନେ ତହୁଁ ଉଠି ହୋଇ ତଡ଼ାତଡ଼ି

ହାତୀଦେଖିବାକୁ ଗଲେ ତୁରନ୍ତ ଦୋଉଡ଼ି l


ଗୋଟେ ଅନ୍ଧ ତହୁଁ ହାତୀକାନକୁ ଛୁଇଁଲା

କହିଲା ହାତୀଟି ଅଟେ ଯଥା ଏକ କୁଲା l


ଦିତୀୟ ଅନ୍ଧଟି ଧରି ଏକ ହାତୀ ଗୋଡ଼

କହିଲା ହାତୀଟା ଅଟେ ଖମ୍ବ ମସ୍ତ ବଡ଼ l


ତୃତୀୟେ ଅନ୍ଧ ଛୁଇଁଲା ଐରାବତ ଶୁଣ୍ଢ

କହଇ ଏଟା ଦଉଡ଼ି ଯେହ୍ନେ ଯମ ଦଣ୍ଡ l


ଚତୁର୍ଥ ଅନ୍ଧଟା ତହୁଁ ଛୁଇଁ ହାତୀ ପେଟ

କହିଲା ଏଇଟା ଏକ ଭୀମକାୟ କାନ୍ଥ l


ପଞ୍ଚମେ ଅନ୍ଧଟି ସ୍ପର୍ଶେ ଦାନ୍ତ ଦନ୍ତାବଳ

କହଇ ଏଇଟି ଭାଇ ଗୋଟିଏ ଶାବଳ l


ହାତୀ ଲାଞ୍ଜ ଧରି ପୁଣି ଷଷ୍ଠଟି କହଇ

ଏଇଟା ଭାଇ ଗୋଟାଏ ମସ୍ତବଡ଼ ଅହି l


ଏମନ୍ତରେ ଅନ୍ଧ ହାତୀ ଦରଶନ ଶେଷ

ସଂପୂର୍ଣ୍ଣ ଦେଖିବ ଏହି ରହିଲା ସନ୍ଦେଶ l


ଆଖି ଥାଇ ଆମେ ସବୁ ଭାଇ ଅଟୁ ଅନ୍ଧ

ସଂପୂର୍ଣ୍ଣ ନଜାଣି କହୁ ଭଲ ଭେଲ ମନ୍ଦ l


ଆନନ୍ଦସାଗରେ ଭାଇ ବୋଲ ହରି ହରି

କ୍ଷୀର ପିଅ ନାହିଁ ଯଥା ଚତୁର ମାର୍ଜାରି l


Rate this content
Log in

Similar oriya poem from Comedy