Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Comedy Romance Classics

4  

Satyanarayan Sahoo

Comedy Romance Classics

ଚଇତି ମଙ୍ଗଳ ବାର

ଚଇତି ମଙ୍ଗଳ ବାର

1 min
390



ଧନ୍ୟ ଲୋ ମଙ୍ଗଳା ଧନ୍ୟ ମାଲୋ ବୁଦ। ଖାଇ

ଚଇତି ମଙ୍ଗଳ ବାର ପୂଜା ପାଉ ତୁହି ।

ବାଜୁ ଥାଏ ଢୋଲ ବାଜା ନାଚଇ କାଳିସୀ

ଦେଖି ଦେଖି ଜନେ ହେଉ ଥାନ୍ତି କେତେ ଖୁସି ।


ନାଣ୍ଢୀଆ , ଗନ୍ଧିଆ , ଆଉ ମକରା ହଗରା

ଚେପି , ଚୁମା , ଓ ଚୁମୁକି ଦେଖାନ୍ତି ଯାତରା ।

ହଗା , ମଗା , ପାଡରା, ପୁଣ୍ଟିଆ କେତେ ଲୋକ

କାଳିସୀ ସାଜି କି ଡିଆଁ ମାରି ଧଇ ଧୀନ ଧିକ ।


ଝୁମୁ ଝୂମୁ ନାଚି ନାଚି ଗଡି ଯାଉ ଥାନ୍ତି

ଲମ୍ବ ଲମ୍ବ ବେତ ବାଡି ହାତେ ଧରି ଥାନ୍ତି ।

କେତେକ କ।ଳିସୀ ଧରି ଥାନ୍ତି ଖଣ୍ଡା କାତି

ହଲାଇ ହଲାଇ ଧୀନା ଧିନା  ନ।ଚୁ ଥାନ୍ତି ।


ଧନ୍ୟ ମାଲୋ ଚଣ୍ଡୀ ମାତା ପାଉ ତୁହି ପୂଜା

ଖାଉ କେତେ ଭୋଗ ରାଗ ଆଉ ବଳି ଭୁଜା ।

ବସନ୍ତ ଋତୁ ରେ ଚଇତି ମଙ୍ଗଳ ବାର

ମଙ୍ଗଳା ମାଆ ଲୋ ଧନ୍ୟ ମହିମା ତୋହର ।


କୃପା କର କୃପା ମୟୀ ଆଗୋ ମା' ମଙ୍ଗଳା

ଅନନ୍ତ ଅସୀମ ତୋର  ବିଭୂତି ର ଧାରା ।

ଅଲୌକିକ ଅନୁଭୂତି ଅନୁଭବ ମାନ

ଘଟଣା ଓ ପରମ୍ପରା ଧାରା ଅନୁସାରେ ।


ପୂଜା ଆୟୋଜନ କରା ଯାଏ ଧୀରେ ଧୀରେ

ନାନା ସ୍ଥାନେ ଉତ୍ସବ ମୁଖର  ପଲ୍ଲୀ ପୁରେ ।

ମାନସିକ ଧାରି ଭକ୍ତ ଅଭିଷ୍ଟ ପୂରଣ

କରି ଥାଉ ଯିଏ ଯାହା ମାଗେ କରୁ ଦାନ ।


ଭକତ ଜୀବନେ ଭରୁ ପବିତ୍ର ଉତ୍ସାହ

 ଶକତି ପ୍ରେରଣା ଉତ୍ତମ ଚିନ୍ତନ ସହ ।

ଉଦ୍ଦୀପନା ପୂର୍ଣ୍ଣ କେତେ ଖୁସି ର ସ୍ପନ୍ଦନ

ସଞ୍ଚାରୁ ଶରୀରେ ଦିବ୍ୟ , ପୁଲକ ଆହ୍ବାନ ।


ତୋର ଦ୍ରୋହୀ ଜନେ କେହି ତ୍ରାହି ନ ପାଆନ୍ତି

ମାୟାରେ ପଡି ସେ ଚିର ଦୁଃଖ ସହି ଥାନ୍ତି ।

ଧନ୍ୟ ଲୋ ମଙ୍ଗଳା ମାଆ ଧନ୍ୟ ତୋ ମହିମା

ପ୍ରଣମେ ଭକତି ଭାବେ ନାଶ ଦୁଃଖ ଅମା ।


ବୁଦା କୁକୁଡ଼ା ବଳି ରେ ତୃପ୍ତ ହୋଇ ତୁହି

 କୃପା କର ମୋତେ ମାଲୋ , ଲୋ କଲ୍ୟାଣ ମୟୀ ।


Rate this content
Log in

Similar oriya poem from Comedy