STORYMIRROR

Arjun Das

Comedy

4  

Arjun Das

Comedy

ମୋବାଇଲ

ମୋବାଇଲ

1 min
288


ଅଜାଣନ୍ତେ ଆଜି ମୋବାଇଲି ମୁହିଁ

 ଛାଡି ଆସିଥିଲି ଘରେ 

ମନେ ମୋର ଚିନ୍ତା ଘାରିଦେଲା

 କିଏ କଲ କରି ପାରେ ॥


ରିତା କରିଥିବ , ମିତା କରିଥିବ

 କରିଥିବ କାଳେ ମିଲି

ଅଷ୍ଟମୀ ବନ୍ଧୁ ସତେ ଯେମିତି ସେ

 ପାରୁ ନାହାନ୍ତି କେହି ଭୁଲି ॥


ଘରଣୀ କି ଜାଣେ ଏମାନେ କିଏସେ

 ମନ ହେବ ସନ୍ଦେହରେ 

ଘରକୁ ଫେରିଲେ ଆଜି ପିଟା ହବ

 ବେଲେଣା କି ଛାଞ୍ଚୁଣିରେ ॥


ଅଫିସ ସାରିକି ଘରେ ପହଞ୍ଚିଲେ 

 ଧିରେ ଗଲି ଭିତରକୁ

କେଜାଣି କିପରି ରୁପରେ ଥିବେ

 ଜଣା ଏକା ଠାକୁର ଙ୍କୁ ॥


ଘର ଭିତରକୁ ପସିଲା ବେଳକୁ 

 ଦେଖିଲି ମୋ ଘରଣୀ କୁ

ଛାଞ୍ଚୁଣି ଧରିକି ଛିଡା ହୋଇଅଛି

 ପିଟିବି ଆଜି ତୁମକୁ ॥

>

ପଚାରିଲି ପ୍ରିୟା କଣ ହୋଇଛି 

 ଏମିତି ଆଜି କି ଭେଷ

ଭାବିଥିଲି ମୁହିଁ ଘରେ ପହଞ୍ଚିଲେ

 ବୁଲିଯିବା ସରକଷ ॥


ସରକଷ ଆଜି ଏଇଠି ହୋଇବ

 କହିଲା ଚିତ୍କାର କରି

କହିଥିଲି ପରା ଆଣିବା ପାଇଁକି  

 ସୁନା କାନ ଫୁଲ ଝରି ॥


କାନ ଫୁଲ ପିନ୍ଧି ସଜ ହୋଇ ପରା

 ଜିବା ଆମେ ବାପଘର

ସକାଳେ ଏତେ ବୁଝାଇ କହିଲି 

 ମନୁ ହଜିଲା କି ତୁମର ॥


ଏ କଥା ଶୁଣି ମନରୁ ମୋହର

 ଦୁର ହୋଇ ଗଲା ଚିନ୍ତା

ଭାବିଲି ଆଜି ବହୁ ବିପଦରୁ

 ବଞ୍ଚାଇ ଦେଲେ ଦେବତା ॥


ମନେ ମନେ ବହୁ ଶପଥ କରିଲି

 ସବୁ ପଛେ ଭୁଲି ଜିବି ମୁହିଁ

ମୋବାଇଲି ଭୁଲିବି ନାହିଁ

 ମୁଁ ମୋବାଇଲି ଭୁଲିବି ନାହିଁ ॥



Rate this content
Log in

Similar oriya poem from Comedy