କଳୁଷିତ ପ୍ରାର୍ଥୀ
କଳୁଷିତ ପ୍ରାର୍ଥୀ
ପାଇବାକୁ ଗୋଟେ ଭୋଟ
ଦେଇଥିଲି କିଛି ନୋଟ
ବୁଲି ବୁଲି କେତେ ବାଟ
ଦେଖାଇଲି ମୋର ନାଟ l
କାନ୍ଦି କୁମ୍ଭୀର କାନ୍ଦଣା
ସର୍ବେ କଲି ବାଟବଣା
ବଜାଇ ବିକାଶ ବୀଣା
କରିନି ପ୍ରତିଶୃତି ଉଣା l
ଯୁବ ଗୋଷ୍ଠୀ ଏକ କରି
ବାହୀ ନିର୍ବାଚନ ତରୀ
ହାତେ ଭୋଟ ଥଳି ଧରି
ମାଗିଲି ପାଦକୁ ଧରି l
କାଲି ଯେ ଥିଲା ବଇରୀ
ଭାଇ ବା ସେ ଭଗାରି
ହାତେ ନୋଟ ବିଡା ଧରି
ଧାଇଁଲି ନିଜର କରି l
ଥରେ ଯଦି ଜିତିଯିବି
କୁବେର ନାମେ ମଣିବି
ପ୍ରତିଶୃତି ଭୁଲିଯିବି
ଅନୁଦାନ ଖାଇଯିବି l
କଲେ କିଏ ପ୍ରତିବାଦ
ଚଖେଇବି ଟିକେ ସ୍ୱାଦ
ତଥାପି ରହେ ବିଷାଦ
ଦେଖିବ ଚେଲାଙ୍କ ଖେଦ l