Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Aparti Charan Sethi

Comedy

4  

Aparti Charan Sethi

Comedy

ନିର୍ବାଚନୀ ଛୁଙ୍କ

ନିର୍ବାଚନୀ ଛୁଙ୍କ

1 min
721


ଆଜି ଆସି ତ ଗଲା ଭୋଅଟ,

ଚାରିଆଡ଼େ ଦେଖ ଉଡେ ନୋଅଟ

ବ‌ଉଳ ଲୋ

ଆଜି ଭରେ ସବୁରି ପକେଟ ବ‌ଉଳଲୋ ।


ଏବେ ଗାଆଁ ଗଳି କନ୍ଦି ଦେଖ,

ଲାଗିଛି ବ୍ୟାନର ଛକକୁ ଛକ

ବ‌ଉଳ ଲୋ

ଟିକେ ଭଲକି ନଜର ରଖ

ବ‌ଉଳ ଲୋ ।


ଦେଖ କେତେ ରକମର ଚିହ୍ନ,

ନେଳିଆ,ନାଲିଆ ଅନେକ ବର୍ଣ୍ଣ

ବ‌ଉଳ ଲୋ,

କିଣି ନେଉଛି ଭୋଟର ମନ

ବ‌ଉଳ ଲୋ।


ପୁଣି ଭୋଟ୍ ଜିଲ୍ଲା ପରିଷଦ 

ଲଢନ୍ତି କେତେକ ସର୍ପଞ୍ଚ ପଦ

ବ‌ଉଳ ଲୋ,

ଓ୍ଵାର୍ଡମେମ୍ଵରଙ୍କ ବେଶୀ ଦ୍ଵନ୍ଦ

ବ‌ଉଳଲୋ ।


ଆଜି ମାଇକି ବାଜିବା ମନା

କରୋନା କରିଛି ଯେ କଟକଣା

ବ‌ଉଳ ଲୋ

ଚାଲେ ଭିତିରିଆ ଟଙ୍କା ଗଣା

ବ‌ଉଳ ଲୋ ।


ବାସେ ସବୁଠି କୁକୁଡ଼ା ଝୋଳ,

ମଦ ବନ୍ୟା ଭାଙ୍ଗେ ଯେ ବନ୍ଧବାଡ

ବ‌ଉଳ ଲୋ

ପୁଣି ମଦୁଆଙ୍କ ଗଣ୍ଡଗୋଳ

ବ‌ଉଳ ଲୋ ।


ଘରେ ଘରେ ପ୍ରାର୍ଥୀମାନେ ଆସି,

ପାଦ ଧୂଳି ନେଇ ପାଖରେ ବସି

ବ‌ଉଳ ଲୋ

କଥା କହନ୍ତି ସେ ହସି ହସି

ବ‌ଉଳ ଲୋ ।


ବାଣ୍ଟୁ ଥାଆନ୍ତି ଯେ ଇସ୍ତାହାର,

କେତେ ରକମର ପୁସିଙ୍ଗି କାର୍ଡ

ବ‌ଉଳ ଲୋ

କାଳେ ଦୁଃଖ ହରିବେ ଆମର

ବ‌ଉଳ ଲୋ ।


ଆଜି, ସବୁ ପ୍ରାର୍ଥୀ ରାମଚନ୍ଦ୍ର,

ଜିତିଲେ ମାନିବେନି ଇନ୍ଦ୍ରଚନ୍ଦ୍ର

ବ‌ଉଳ ଲୋ

ଆମ ବେଳ ପଡ଼ିଯିବ ମନ୍ଦ

ବ‌ଉଳ ଲୋ ।


ଆଜି କଥାରେ ଭଳି ନ ଯାଅ,

ପ୍ରାର୍ଥୀଙ୍କ ରେକର୍ଡ ଖାତା ଖେଳାଅ

ବ‌ଉଳ ଲୋ

କେବେ ଟଙ୍କାରେ ବିକ୍ରୀ ନ ହୁଅ 

ବ‌ଉଳ ଲୋ ।


Rate this content
Log in