STORYMIRROR

Aparti Charan Sethi

Comedy

4  

Aparti Charan Sethi

Comedy

ଗୋରୀ କନିଆଁ

ଗୋରୀ କନିଆଁ

1 min
344


 ବାରଜାଗାବୁଲି ପସନ୍ଦ ମୁଁ କଲି

   ସୁନ୍ଦରୀ ଗୋରୀ କନିଆଁ,

ସୁନ୍ଦରୀ ବୋଲିକି ମିଳିଲାନି ମୋତେ

   ଯାନ‌ ଯ‌ଉତୁକ ଯାହା।


ତଥାପି ମୁଁ ଖୁସି ସୁନ୍ଦରୀ ଯୁବତୀ

    ଯେଣୁ ହୋଇଗଲି ବାହା,

ମୋତେ କିନ୍ତୁ ସିଏ ପସନ୍ଦ ନକରି

    ଅନ୍ୟତ୍ର ମାଇଲା ଡିଆଁ।


ବାସର ରାତିର ରଜନୀଗନ୍ଧା ମୋ

   ମ‌ଉଳିଗଲା ଶେଯରେ,

ମୋନାଲିସା କାହିଁ ଛାଡି ଚାଲିଗଲୁ

    ଗୀତ ମୋ କଣ୍ଠରୁ ଝରେ।


ବୋତଲ ଧରୁଛି ସେଦିନୁଁ ଗାଉଛି 

    ବିରହ ସଙ୍ଗୀତ ମୁହିଁ,

ଫୋଅନ୍ କରିଛି ହଜାରରୁ ବେଶୀ

   ହତାଶା ପ୍ରେମିକ ହୋଇ।


ର‌ଅଙ୍ଗ ନମ୍ବର କିଏ ଫୋନ୍ କର

   କହି କାଟେ ବାରମ୍ବାର,

ପୁଉଣି ବହୁତ ଚେଷ୍ଟା ପରେ ଦିନେ

   ଡାକିଲା ଘରକୁ ତାର।


ତେଣୁ ତା' ପାଖକୁ ଯିବାପାଇଁ ମନ

   ଉଚ୍ଛନ ହେଲା ମୋହର,

ଫିଟ୍‌ଫାଟ୍ ହୋଇ ମୋପ୍ରିୟା ପାଖରେ

   ପହଞ୍ଚିଗଲି ସ‌ଅଳ ।


ଘର ଭିତରକୁ ଆଦରରେ ଡାକି

   ଝାଡୁରେ ପିଟିଚାଲିଲା,

ସେତିକିରୁ ଦଶା ହେଲାନି ମୋ ଶେଷ

   ବର ତାର ଆସିଗଲା।


ନିର୍ଦ୍ଦୟଭାବରେ ମୋ ନାକ ଦଣ୍ଡାରେ

    ଚଢେଇଦେଲା ସେ ମୁଥ,

ସେହି ଦିନୁଁ ଆସି ହେଲି ମୁଁ ସନ୍ନ୍ୟାସୀ

    ତିଆରି କରିଛି ମଠ।


ପ୍ରେମ ପ୍ରବଚନ ଦେଉଅଛି ତେଣୁ

   ପିରତୀ ବାବା ମୁଁ ହୋଇ,

ଅନେକ ସୁନ୍ଦରୀ ଶ୍ରଦ୍ଧାଳୁ ଆସନ୍ତି

   ଦୀକ୍ଷା ମୋଠୁଁ ନେବାପାଇଁ।


ପ୍ରେମ ପାଦୁକା ମୋ ପାନକରୁଛନ୍ତି

   ଯେଝା ଯେଝା ପସନ୍ଦରେ,

ବହୁ ବାଞ୍ଝନାରୀ ମାଆ ହୋଇଛନ୍ତି

    ମୋର ପୁଣ୍ୟ ବିଭୁତିରେ।


ଏତେ କଲାପରେ ମୋହରି ନାଁ ରେ

    ଏ ସମାଜ ନିନ୍ଦା ଗାଏ,

ଭଣ୍ଡ ବାବା ବୋଲି କେତେକ କୁହନ୍ତି

    ମୋ କାନ ବି ଶୁଣୁଥାଏ।


ସେ ସବୁ କଥାକୁ ଡର ମୋର ନାହିଁ

   ଆପଣଙ୍କ ସେବାପାଇଁ,

ପ୍ରବଚନ ନିଶ୍ଚେ ଦେଇ ଚାଲୁଥିବି

   ଯେତେ ଦିନ ଅଛି ମୁହିଁ।


ହରି ଓଁ ମାନ୍ୟବର ମାନ୍ୟବର

    କଥା ମନେ ରଖ ମୋର,

ପ୍ରବଚନ ପଦେ ଦେଉଛି ଆନନ୍ଦେ

   ଆଜି ଗୋରୀ କନିଆଁର।


ଗୋରୀବୋଲି ଯେଉଁ କନିଆଁ ଆପଣ

    ଆଖିରେ ଦେଖୁଅଛନ୍ତି,

ସେଗୋରୀ ମଧ୍ୟରୁ ଅନେକ ସେଥିରେ

    କାଳୀ ମଧ୍ଯ ରହିଛନ୍ତି।


ଏଠି କଳା କାଉ ହୁଏ ରାଉରାଉ

  ଯଦି ଚାକିରୀ କରିଛି,

ବଗପକ୍ଷୀ ଭଳି କନିଆଁକୁ ଖାଲି

  ସିଏ ପସନ୍ଦ କରୁଛି।


ଗୋରୀ କନିଆଁକୁ ସଭିଙ୍କ ପସନ୍ଦ

   କାଳୀଙ୍କୁ କେ ବାହା ହେବ,

କାଳୀ କନିଆଁଙ୍କ ମନଟିଏ କ'ଣ

   କଳା ରଙ୍ଗ ହୋଇଥିବ ।


ଚମ ଗୋରା ଥାଇ ମନ ଯାର କଳା

   ସେ ଅଟେ ପ୍ରକୃତ କାଳୀ,

କାଳୀହୋଇ ଯଦି ଚରିତ୍ରଟି ସଫା

   ସେ ହିଁ ପ୍ରକୃତ ଗୋରୀ।


ତେଣୁ ଭାଇମାନେ ଶୁଣିଥାଅ କର୍ଣ୍ଣେ

   କାଳୀ ଗୋରୀ ବାଛ ନାହିଁ,

ଆଖି ବୁଜିଦେଲେ ଉଭୟେ ସମାନ

    ଏ କଥା କହୁଛି ମୁହିଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy