STORYMIRROR

Dr. Rajib Lochan Panigrahy

Comedy

4  

Dr. Rajib Lochan Panigrahy

Comedy

ନବବର୍ଷ

ନବବର୍ଷ

1 min
364

ହେ ନବବର୍ଷ

ତୁମେ ଆସ ଏବଂ ଯାଅ

ଦିନ ପରେ ରାତି

ହୋଇ ବାରମାସ

କେଲେଣ୍ଡର ପୃଷ୍ଠାରେ ।


ତୁମେ ଆସିଲେ

ଖୋଜାପଡେ

ନୂଆ କେଲେଣ୍ଡର

ଫିଙ୍ଗିଦେଇ ପୁରୁଣାକୁ

ସେ ଏବେ

ଅଲୋଡା ଅଚିହ୍ନା ।


ହେ ନବବର୍ଷ

ତୁମକୁ ଚାହିଁଥାନ୍ତି ସର୍ବେ

ମନେଇଵାକୁ ଜିରୋ ନାଇଟ,

ନାଚଗୀତର ତାଳେ ତାଳେ

ମଦ ମାଂସର ଭୋଜି ।


ବିଚରା ମୋବାଇଲଟା

ହୋଇଯାଏ ହଇରାଣ

ଅହରହ ଲାଗି ରହିବାକୁ

କେବେ କେଵେ ଶୁଣେ ଗାଳି

ଯଦି ନ ଲାଗେ ପ୍ରିୟ ଜନଙ୍କୁ ।


ଏବେ ଆଉ ଚାଲୁନି

ଗ୍ରୀଟିଙ୍ଗ ବେପାର,

ଶୁଭୁନି ଡାକବାଲା ଡାକ,

ଚାଲିଛି ଏବେ

ମୋବାଇଲରେ ଇମେଲ

ହ୍ବାଟସ୍ଆପର ଟେକ ।


ହେଲେ ରାତି ପାହିଲେ

ତୁମେ ହୋଇଯାଅ ପୁରୁଣା

ଖବର କାଗଜରୁ ଦିଶେ

ଜିରୋ ନାଇଟ କଥା

କେତେ ଦୂର୍ଘଟଣା,

ଚୋରି ରାହାଜାନି

ଗଣ୍ଡଗୋଳ ଆଦି ।


ହେ ନବବର୍ଷ

ସେହି ରାତିକ ପରେ

ରହିଯାଅ ତୁମେ

କେଲେଣ୍ଡର ପୃଷ୍ଠାରେ

କିନ୍ତୁ

ବଢ଼େ ଖାଲି ପ୍ରଦୂଷଣ

ସମାଜ,ସଂସ୍କୃତି, ପରିବେଶର ।


ଏହା ହୁଏ ଏକ ବୋଝ 

ନାହିଁ କିଛି ମୂଲ୍ୟବୋଧ

ଅବା ଶିଖିବା ଜିନିଷ

ତଥାପି ସ୍ବାଗତମ୍

ହେ ନବବର୍ଷ ଆମେ

ପାଳୁଛୁ ତୁମ ଦିବସ

ଆଣିଦିଅ ଆମପାଇଁ

ନୂଆ ହରଷ

ହୋଇଯାଅ ତୁମେ

ଆଶା, ଆକାଂକ୍ଷାର ଵର୍ଷ,

ଶାନ୍ତି, ମୈତ୍ରୀ, ପ୍ରୀତି ଦୂତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy